କେନ୍ଦ୍ରାପଡ଼ା,୦୮/୧୧/୨୦୨୫(ଓଡ଼ିଶା ସମାଚାର)-ବର୍ତମାନ ଓଡ଼ିଶାର କଳା ସଂସ୍କୃତି ଓ ଗୀତା ଭାଗବତକୁ ଭୁଲି ଗଲେଣି ଲୋକେ । ଏବେ ନୂଆ ଯୁବ ପିଢ଼ି ମାନଙ୍କୁ ଭଗବତ୍ ଚିନ୍ତନ ଓ ଉଚିତ୍ ମାର୍ଗକୁ ଆପଣାଇବା ଓଡ଼ିଶାର ରାଜ୍ୟ ଭାଗବତ ଟୁଙ୍ଗି ପ୍ରଚାର ସମିତି ପକ୍ଷରୁ ଜିଲା ସଂସ୍କୃତି ଭବନ, କେନ୍ଦ୍ରାପଡ଼ା ପରିସରରେ କେନ୍ଦ୍ରାପଡ଼ା ଜିଲା ଶାଖା ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଭାଗବତ ମହୋତ୍ସବ ଓ ଭକ୍ତ ସମ୍ମିଳନୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ରାଜ୍ୟ ଭାଗବତ ଟୁଙ୍ଗି ପ୍ରଚାର ସମିତିର ପ୍ରତିଷ୍ଠାତା ସଭାପତି ନଙ୍ଗୁଳି ବାବା ଉଦଘାଟନ କରିଥିଲେ । ଉପସଭାପତି ସୁବ୍ରତ ରାଉତ ମହୋତ୍ସବରେ ସଭାପତିତ୍ୱ କରିଥିଲେ ।
ପ୍ରାରମ୍ଭରେ ରାଜ୍ୟ ସଂଯୋଜକ ବସନ୍ତ କୁମାର ଦାସ ୩୦ ଗୋଟି ଜିଲାରେ ଭାଗବତ ମହୋତ୍ସବ ପାଳନର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିକାରୀ ଡ଼. ତ୍ରିଲୋଚନ ବରାଳ, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡ଼ା ଜିଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ, ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା, ବରେଣ୍ୟ ଅତିଥି ଭାବେ ଜିଲା ବିଜେପି ସମ୍ପାଦିକା ମନିଷା ପଣ୍ଡା, ସମ୍ମାନିତ ଅତିଥି ଭାବେ ସଙ୍ଗୀତ ନିର୍ଦେଶକ ଦିନେଶ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।
ଉତ୍ସବର ସଭାପତି ସୁବ୍ରତ ରାଉତ କହିଥିଲେ ଯେ ଜିଲାପାଳ, ବିଡ଼ିଓ ଏବଂ ପୌରସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ଭାଗବତଟୁଙ୍ଗି ପାଇଁ ମଞ୍ଜୁର ହୋଇଥିବା ଅର୍ଥ ରାଶିକୁ ତୁରନ୍ତ ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ । ଜିଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ ଘୋଷଣା କରିଥିଲେ ଯେ ଏହି ଜିଲାର ୯ ଗୋଟି ବ୍ଲକ ଓ ୨ ଟି ପୌରାଂଚଳରେ ଥିବା ପ୍ରତ୍ୟେକ ଭାଗବତ ଟୁଙ୍ଗି ପାଇଁ ୫୦,୦୦୦ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଥିବା ଅନୁଦାନ ବିଡିଓ ମାନଙ୍କୁ ବଂଟନ କରିବା ପାଇଁ ଘୋଷଣା କରିଥିଲେ । ଗ୍ରାମାଂଚଳରେ ଥିବା ଭାଗବତ ଟୁଙ୍ଗି ଗୁଡ଼ିକ ରାଜ୍ୟ ଭାଗବତ ଟୁଙ୍ଗି ପ୍ରଚାର ସମିତି ସହିତ ଯୋଡି ହୋଇ ସରକାରଙ୍କ ଅନୁଦାନ ରାଶି ପାଇବା ପାଇଁ ସମସ୍ତ ନୀତି ନିୟମ ଅନୁଯାୟୀ ପ୍ରସ୍ତୁତ ହେବାକୁ ବିବରଣୀ ପ୍ରଦାନ କରିଥିଲେ ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ରାଉତ ।
ଜିଲା ସଭାପତି ସୁରେନ୍ଦ୍ର ଶତପଥୀ ଭଗବତ୍ ପ୍ରେମୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଶାନ୍ତନୁ କୁମାର ଦାସ, ଯଶୋବନ୍ତ ପଣ୍ଡା, ନିରାକାର ମହାରଣା, ପ୍ରଦିପ ବିହାରୀ, ବିଜୟ କେତନ ସାହୁ, ଅକ୍ଷୟ ସାମଲ ପ୍ରମୁଖ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଏହି ମହତ୍ କାର୍ଯ୍ୟକ୍ରମକୁ ଜିଲାର ଭଗବତ୍ ପ୍ରେମୀ ଭୃୟାସି ପ୍ରଂଶସା କରିଥଲେ ।
