ପାଟକୁରା, ୦୭/୧୧/୨୦୨୫ (ଓଡିଶା ସମାଚାର), ଗରଦପୁର ବ୍ଳକ ଅଧୀନ ବେଡାରୀ ଗ୍ରାମର ଆଦର୍ଶ ଶିକ୍ଷକ ସ୍ବର୍ଗତ ଧର୍ମାନନ୍ଦ ବାରିକଙ୍କ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ତାଙ୍କର ଅନେକ ଶୁଭେଛୁ ତାଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାସୁମନ ଅର୍ପଣ କରି ତାଙ୍କ ଶିକ୍ଷକତା ଜୀବନ, ବିଭିନ୍ନ ଧର୍ମାନୁଷ୍ଠାନ ଉନ୍ନତିରେ ଯୋଗଦାନ କରିବା ଉପରେ ସ୍ମୃତି ଚାରଣ କରିଥିଲେ । ବେଡାରୀ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ବିଜୁ ଜନତାଦଳ ର ପୂର୍ବତନ ବ୍ଳକ ସଭାପତି ଶ୍ରୀଯୁକ୍ତ ବିପିନ ବିହାରୀ ସାମଲ ସ୍ବର୍ଗତ ଧର୍ମାନନ୍ଦ ଙ୍କ ସ୍ମୃତି ଚାରଣ କରି ସେ ଜଣେ ଭଲ ଶିକ୍ଷକ ଓ ପରଉପକାରୀମଣିଷ ଥିଲେ ବୋଲି କହିଥିଲେ ।
ବେଡାରୀ ଅବସର ପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ ପୂର୍ଣଚନ୍ଦ୍ର ଜେନା, ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ନିରୀକ୍ଷକ ଶ୍ରୀଯୁକ୍ତ ଦୟାନିଧି ମଲ୍ଲ,ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ ଶ୍ରୀଯୁକ୍ତ ଅରକ୍ଷିତ ବେହେରା, ଅବସରପ୍ରାପ୍ତ ଭେଷଜ ବିତ୍ତ ଶ୍ରୀଯୁକ୍ତ ଧ୍ରୁବ ଚରଣ ସାହୁ, ସାମ୍ବାଦିକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଖୁଣ୍ଟିଆ,ପୂର୍ବତନ ବେଡାରୀ ସରପଞ୍ଚ ଶ୍ରୀଯୁକ୍ତ ଗୋକୁଳା ନନ୍ଦ ବେହେରା, ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ନୃସିଂହ ଚରଣ ସାମଲ, ଅବସରପ୍ରାପ୍ତ ଦୁରଦର୍ଶନ କର୍ମଚାରୀ ଶ୍ରୀଯୁକ୍ତ ଅଭୟ କୁମାର ଓଝା,ସମାଜସେବୀ ଶ୍ରୀଯୁକ୍ତ ବିଷ୍ନୁଚରଣ ଖୁଣ୍ଟିଆ,ସମାଜସେବୀ ଶ୍ରୀଯୁକ୍ତ ରଂଜିତ କୁମାର ରାଉତ, ସମାଜସେବୀ ଶ୍ରୀଯୁକ୍ତ ଧୂଲେଶ୍ୱର ମହାରଣା,ଶ୍ରୀଯୁକ୍ତ ବିସ୍ମୟ ପ୍ରକାଶ ଖୁଣ୍ଟିଆ,ଶ୍ରୀମତୀ ସାବିତ୍ରୀ ରାଉତ,ସମାଜସେବୀ ଶ୍ରୀଯୁକ୍ତ ପ୍ରଶାନ୍ତ ସ୍ୱାଇଁ, ଭାଜପା ନେତା ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ଜେନା,ଭାଜପା ନେତା ଶ୍ରୀଯୁକ୍ତ ଭାରତ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ଶ୍ରୀଯୁକ୍ତ ବୀରକିଶୋର ସାହୁ,ସମାଜ ସେବୀ ଶ୍ରୀଯୁକ୍ତ ଆଦିକନ୍ଦ ଦାଶ,ଶ୍ରୀଯୁକ୍ତ ପତିତପାବନ ବାରିକ, ସମାଜ ସେଵୀ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବାରିକ, ସମାଜସେବୀ ଶ୍ରୀଯୁକ୍ତ ହିମାଂଶୁ ଭୂୟାଁ,ସାମ୍ବାଦିକ ରବିନ୍ଦ୍ରନାଥ ବାରିକ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପୁତ୍ର କେଦାର ନାଥ ବାରିକ, ଜ୍ଞାନେନ୍ଦ୍ର ବାରିକ,ସମୀର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
