କେନ୍ଦ୍ରାପଡାରେ ପ୍ରଥମଥର ପାଇଁ ରାଜସ୍ୱ ସଂକ୍ରାନ୍ତୀୟ ଅଭିଯୋଗ ଶୁଣାଣି

କେନ୍ଦ୍ରାପଡ଼ା, ୦୭/୧୧/୨୦୨୫(ଓଡ଼ିଶା ସମାଚାର)-ଜିଲାରେ ପ୍ରଥମ ଥରପାଇଁ ଆରମ୍ଭ ହେବାକୁ ଯାଉଛି ରାଜସ୍ୱ ସଂକ୍ରାନ୍ତୀୟ ଅଭିଯୋଗ ଶୁଣାଣି ଶିବିର । କୌଣସି ବ୍ୟକ୍ତିଙ୍କ ଜମିଜମା କିମ୍ବା ଅନ୍ୟ କୌଣସି ତହସିଲ ବା ରାଜସ୍ୱ ସଂକ୍ରାନ୍ତୀୟ ଅଭିଯୋଗ ଯଦି ଥାଏ ତେବେ ନିର୍ଦ୍ଧାରିତ ଦିନ ଆସି ନିଜ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିପାରିବେ ବୋଲି ଜିଲାପାଳ କହିଛନ୍ତି ।

ଏହି ଅଭିଯୋଗ ଶୁଣାଣିରେ ନିଜେ ଜିଲାପାଳ, ଅତିରିକ୍ତ ଜିଲାପାଳ ଏବଂ ଉପଜିଲାପାଳ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ । ଆସନ୍ତା ନଭେମ୍ବର୧୨ତାରିଖରେ ରାଜନଗର ତହସିଲ କାର୍ଯ୍ୟାଳୟ,୧୩ ତାରିଖରେ କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ,୧୪ ତାରିଖରେ ଗରଦପୁର, ୧୫ ତାରିଖରେ ଆଳି,୧୮ ତାରିଖରେ ଡେରାବିଶ,୧୯ ତାରିଖରେ ରାଜକନିକା,୨୦ ତାରିଖରେ ପଟ୍ଟାମୁଣ୍ଡାଇ,୨୬ ତାରିଖରେ ମହାକାଳପଡ଼ା ଏବଂ ୨୮ ତାରିଖରେ ମାର୍ଶାଘାଇ ତହସିଲ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ ଘଟିକା ଠାରୁ ୧ ଘଟିକା ପର୍ଯ୍ୟନ୍ତ ଅଭିଯୋଗ ଗୁଡିକର ଶୁଣାଣି ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *