ଭୁବନେଶ୍ୱର, ୨୫/୦୫/୨୦୨୪ (ଓଡ଼ିଶା ସମାଚାର)- ଶନିବାର ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ ଜାରି ରହିଛି । ଏନେଇ ଭୋଟରଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ସକାଳୁ ସକାଳୁ ସବୁ ବୁଥ୍ରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ। କିଛି ବୁଥ୍ରେ ଭୋଟର ମୋବାଇଲ ନେଇ ଯାଉଥିବା ଦେଖିବାକୁ ମିଳିଥିବାବେଳେ ଏପରି ନ କରିବାକୁ ଉଭୟ ଭୋଟର ଓ ଅଧିକାରୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଅପିଲ କରିଛନ୍ତି । ମୋବାଇଲ ଫୋନ କୁ ନିଜ ଘରେ କିମ୍ବା ଗାଡ଼ିରେ ରଖି ଭୋଟ ଦେବାକୁ ବୁଥ୍ ଭିତରକୁ ଯିବାକୁ ସେ ପରାମର୍ଶ ଦେଇଛନ୍ତି ।