ପ୍ରକାଶ ପାଇଲା ଓସିଏସ୍ ପ୍ରିଲିମ୍ ରେଜଲ୍ଟ

ଭୁବନେଶ୍ୱର,୦୭/୧୧/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷା ହେବାର ମାତ୍ର ୨୪ ଦିନ ମଧ୍ୟରେ ଏହା ଫଳାପଳ ପ୍ରକାଶ କରି ଓଡ଼ିଶା ଲୋକ ସେବା ଆୟୋଗ ରେକର୍ଡ କରିଛି । ଅକ୍ଟୋବର ୧୨ ତାରିଖରେ ଓସିଏସ୍ ପରୀକ୍ଷା ହୋଇଥିଲା । ପରୀକ୍ଷାର୍ଥୀ ଓପିଏସସି ୱେବସାଇଟରେ ପରୀକ୍ଷା ରେଜଲ୍ଟ ଜାଣିପାରିବେ ବୋଲି ଓପିଏସି କର୍ତୃପକ୍ଷ ସୂଚନା ଦେଇଛନ୍ତି ।

୨୪୦୫ ଜଣ ପରୀକ୍ଷାର୍ଥୀ ମେନ୍ ପରୀକ୍ଷା ପାଇଁ ଚୟନ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୭୮୧ ଜଣ ମହିଳା ପରୀକ୍ଷାର୍ଥୀ ରହିଛନ୍ତି । ଆସନ୍ତା ୨୦୨୬ ଜାନୁୟାରୀ ଶେଷ ସପ୍ତାହ କିମ୍ବା ଫେବୃୟାରୀ ପ୍ରଥମ ସପ୍ତାହ ସୁଦ୍ଧା ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଖୁବଶୀଘ୍ର ମେନ୍ ପରୀକ୍ଷା ତାରିଖ ଓପିଏସସି ପକ୍ଷରୁ ଘୋଷଣା କରାଯିବ ।

Leave a Reply

Your email address will not be published. Required fields are marked *