ଢ଼େଙ୍କାନାଳ, ୨୧/୦୪/୨୦୨୫ (ଓଡ଼ିଶା ସମାଚାର)- ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ନାବାଳିକା ଦୁଷ୍କର୍ମ ଘଟଣା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ। ମୋଟଙ୍ଗା ଥାନା ଅନ୍ତର୍ଗତ ବଦାଳୁ ଗ୍ରାମର ଶିବ ସାହୁ ସମ୍ପୁକ୍ତ ଅଭିଯୁକ୍ତ ନାମରେ ପୁର୍ବରୁ ରହିଛି ଏକାଧିକ ମାମଲା। ପୁର୍ବରୁ ନିଜ ସଂପର୍କୀୟ ଶାଳୀକୁ ବଳାତ୍କାର କରିବା ଅଭିଯୋଗରେ ମଧ୍ୟ ଜେଲ୍ ଯାଇ ୩ବର୍ଷ ସଜ୍ଜା କଟିଲା ପରେ ମଧ୍ୟ ନିଜର ମାନସିକତା ପରିବର୍ତ୍ତନ କରିପାରିନାହାନ୍ତି ଅଭିଯୁକ୍ତ ଶିବ ସାହୁ।
ହିନ୍ଦୋଳ ଅଞ୍ଚଳରେ ଥିବା ନିଜ ମାମୁଁ ଘରକୁ ଆସି ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆଇ ଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଘଟଣା ପରେ ଆଜି ପୀଡ଼ିତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୁର୍ବତନ ମନ୍ତ୍ରୀ ନଗେନ୍ଦ୍ର କୁମାର ପ୍ରଧାନ,ପୂର୍ବତନ ବିଧାୟକ ସୁଜିତ୍ କୁମାର ପାଢ଼ୀ,କଟକ ବାରବାଟୀ ବିଧାୟକ ସୋଫିୟା ଫିର୍ଦୋସ, ସତ୍ୟଜିତ ଗମାଙ୍ଗ, ଲିପିକା ମାଝୀ, ସସ୍ମିତା ବେହେରା, ମାନସ କୁମାର୍ ମଲ୍ଲିକ ଏବଂ ଗୋବର୍ଦ୍ଧନ ଶେଖର ନାୟକ ପ୍ରମୁଖ ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ।
ପରେ ଢେଙ୍କାନାଳ ଜିଲ୍ଲପାଳ ସୋମେଶ ଉପାଧ୍ୟାୟ ଓ ଅତିରିକ୍ତ ଏସପି ସୂର୍ଯ୍ୟମଣୀ ପ୍ରଧାନଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବା ସହିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୁକ୍ତର ହିନ ମାନସିକତା ପାଇଁ ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ହିନ୍ଦୋଳ ନାବାଳିକା ଦୁଷ୍କର୍ମ ଘଟଣା। ଭାରତୀୟ ନ୍ୟାୟ ସଂହିତାରେ ଅଭିଯୁକ୍ତକୁ କିଭଳି ଦଣ୍ଡ ପ୍ରଦାନ କରାଯାଉଛି ଏବଂ ପୀଡ଼ିତା ନାବାଳିକା ଏବଂ ତାଙ୍କ ପରିବାରରକୁ କେଉଁ ପ୍ରକାର ନ୍ୟାୟ ପ୍ରଦାନ କରାଯାଉଛି ଏବଂ ଜେ ପର୍ଯ୍ୟନ୍ତ ପୀଡିତା ପରିବାରକୁ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ କଂଗ୍ରେସର ପୂରା ଟିମ ତାଙ୍କ ସହିତ ରହିବ ବୋଲି କହିଛନ୍ତି କମିଟି ସଦସ୍ୟା ତଥା ବିଧାୟିକା ସୋଫିଆ ଫିର୍ଦୋଷ ।