ଯାଜପୁର ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥ  ଯାତ୍ରା ଯୋଜନା ୨୦୨୫ ର ଶୁଭାରମ୍ଭ ।

ଯାଜପୁର,୦୬/୧୧/୨୦୨୫ (ଓଡ଼ିଶା ସମାଚାର)- ଆଜି ଯାଜପୁର ଜିଲ୍ଲାରେ ତୀର୍ଥଯାତ୍ରୀ ଙ୍କ ଅଯୋଧ୍ୟା – ବାରଣାସୀ ଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ, ଯାଜପୁର ଶ୍ରୀ ଯୁଧିଷ୍ଠିର ନାଏକ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ  ଜିଲ୍ଲା ପର୍ଯ୍ୟଟନ  ଅଧିକାରୀ ତାପସ କୁମାର ସାହୁ, ଟି ଆର ଓ ସୂର୍ଯ୍ୟାଙ୍କିତା ସାହୁ,ଗଣମାଧ୍ୟମ ପ୍ରତିନିଧି ମାନେ  ଉପସ୍ଥିତ ଥିଲେ। ଯାଜପୁର ଜିଲ୍ଲାରେ ସମୁଦାୟ  ୧୪୧ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଅଯୋଧ୍ୟା – ବାରଣାସୀ  ଯାତ୍ରା କରିଛନ୍ତି । ତୀର୍ଥଯାତ୍ରୀଙ୍କ ନିମନ୍ତେ ୫ ଜଣ ଏସ୍କର୍ଟ ଅଫିସର ଙ୍କୁ ନିୟୋଜିତ କରାଯାଇଛି  ।

ତୀର୍ଥଯାତ୍ରୀ ମାନେ ଆସନ୍ତାକାଲି ବାଲେଶ୍ୱର ରେଳ ଷ୍ଟେସନରୁ ଅଯୋଧ୍ୟା – ବାରଣାସୀ ଅଭିମୁଖେ ଯାତ୍ରା କରିବେ। ସେମାନେ ଆଜି ରାତିରେ ବାଲେଶ୍ୱର ରେ ରାତ୍ରୀ ଯାପନ କରିବେ। ତୀର୍ଥଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନଟି ଆସନ୍ତା କାଲି ସକାଳ ୧୧.୦୦ ଘଟିକାରେ ବାଲେଶ୍ଵର ରେଳଷ୍ଟେସନ ରୁ ଛାଡ଼ିବ।

ଏହି ଯାତ୍ରାକୁ ମାନ୍ୟବର ବିଧାୟକ, ବସ୍ତା, ମାନ୍ୟବର ବିଧାୟକ, ଜଳେଶ୍ଵର ଏବଂ ବାଲେଶ୍ବର ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିବେ ।ତୀର୍ଥଯାତ୍ରୀ ମାନେ ୧୨ ନଭେମ୍ବର, ୨୦୨୫ରେ ବାଲେଶ୍ୱର ଫେରିବେ। ସେମାନେ ବାଲେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ପରେ, ସେମାନଙ୍କୁ ବାଲେଶ୍ୱରରୁ ଫେରାଇ ଅଣାଯିବ ଏବଂ ଯାଜପୁରରେ ଥିବା ସେମାନଙ୍କର ଜନ୍ମସ୍ଥାନକୁ ପଠାଯିବ।

Leave a Reply

Your email address will not be published. Required fields are marked *