ଆଗାମୀ ରବି ଋତୁ ୨୦୨୫-୨୬ ନିମନ୍ତେ କୃଷି କୌଶଳ ନିର୍ଦ୍ଧାରଣ କମିଟି ବୈଠକ।

ଯାଜପୁର,୦୬/୧୧/୨୦୨୫ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ  କକ୍ଷରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଆଗାମୀ ରବି ଋତୁ ୨୦୨୫-୨୬ ନିମନ୍ତେ କୃଷି କୌଶଳ ନିର୍ଦ୍ଧାରଣ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ,  ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଲେ ଆମ ରାଜ୍ୟ ଏକ କୃଷି ପ୍ରଧାନ ରାଜ୍ୟ। ଚାଷୀ ମାନଙ୍କ ନିମନ୍ତେ ସରକାର ବହୁତ୍ ଯୋଜନା କରିଛନ୍ତି। କୃଷକ ମାନେ ଯେପରି ପ୍ରତ୍ୟେକ ଯୋଜନାର ସୁଫଳ ପାଇପାରିବେ ସେଥିପ୍ରତି କୃଷି ବିଭାଗ ଅଧିକାରୀ ମାନେ ଯତ୍ନବାନ ହେବା ଆବଶ୍ୟକ।

ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଯଥା ସମନ୍ୱିତ କୃଷି ପଦ୍ଧତି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷକ ରେଜିଷ୍ଟ୍ରି, ଡିଜିଟାଲ ଫସଲ କାର୍ଯ୍ୟକ୍ରମ ସର୍ବେକ୍ଷଣ ସମସ୍ତ କୃଷି ତଥା ଆନୁସାଙ୍ଗିକ ବିଭାଗ ମିଳିତ ସହଯୋଗରେ ସୁଚାରୁ ଭାବରେ କାର୍ଯ୍ୟକାରୀ କରିବାକୁ  ଏବଂ ଯୋଜନା ସମ୍ବନ୍ଧରେ କୃଷକ ମାନଙ୍କ ଅବଗତି ପାଇଁ ବହୁଳ ପ୍ରସାର କରିବାକୁ  ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାର ଚାଷୀ ମାନଙ୍କୁ ଠିକ୍ ସମୟରେ ବିହନ ସାର ଯୋଗାଣ ଉପରେ  ଗୁରୁତ୍ୱାରୋପ କରିଥିଲେ। ଆଗାମୀ ରବି ଋତୁ ୨୦୨୫ – ୨୬ ନିମନ୍ତେ ୪୯୮୦ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ନିର୍ଦ୍ଧାରଣ କରାଯାଇଛି।

ସେହିପରି ୪୫୦ ହେକ୍ଟର ଜମିରେ ମକା ଚାଷ, ୧୦୦ ହେକ୍ଟର ଜମିରେ ରାଗି ଚାଷ, ୧୦ ହେକ୍ଟର ଜମିରେ ଗହମ ଚାଷ, ୪୯୦୧୦ ହେକ୍ଟର ଜମିରେ ସମୁଦାୟ ଡାଲି ଜାତୀୟ ଫସଲ ଏବଂ ୨୧୯୩୦ ହେକ୍ଟର । ଜମିରେ ତୈଳ ଜାତୀୟ ଫସଲ, ୧୬୫୦ ହେକ୍ଟର ଜମିରେ ଆଳୁ ଚାଷ, ୧୨୦୦ ହେକ୍ଟର ଜମିରେ ପିଆଜ ଚାଷ, ୨୪,୭୦୦ ହେକ୍ଟର ଜମିରେ ସମୁଦାୟ ପରିବା ଚାଷ, ୪୦୦୦ ହେକ୍ଟର ଜମିରେ ସମୁଦାୟ ମସଲା ଜାତୀୟ ଫସଲ, ୨୪୦୦ ହେକ୍ଟର ଜମିରେ ଆଖୁ ଚାଷ କରାଯିବାକୁ ନିର୍ଦ୍ଧାରଣ କରାଯାଇଛି।  ସେହିପରି ୪୬୯୪.୧୮ ହେକ୍ଟର ଜମିରେ ବୃହତ୍ ଜଳ ସେଚନ, ୫୮୧୦ ହେକ୍ଟର ଜମିରେ କ୍ଷୁଦ୍ର ଜଳସେଚନ, ୩୩୦୦.୨୮ ହେକ୍ଟର ଜମିରେ ବୃହତ୍ ଉଠା ଜଳସେଚନ, ୩୦୧୮୮ ହେକ୍ଟର ଜମିରେ କ୍ଷୁଦ୍ର ଉଠା ଜଳସେଚନ କରାଯିବାର ନିର୍ଦ୍ଧାରିତ କରାଯାଇଛି।

ରବି ଋତୁ ୨୦୨୫ – ୨୬ ନିମନ୍ତେ ୯୦୦୦ ମେଟ୍ରିକ୍ ଟନ୍ ସାର ବ୍ୟବହାର କରାଯିବାର ନିର୍ଦ୍ଧାରଣ କରାଯାଇଛି।  ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ତପନ କୁମାର ମହାପାତ୍ର କାର୍ଯ୍ୟସୂଚୀ ଅନୁଯାୟୀ  ବିହନ ଯୋଗାଣ, ରାସାୟନିକ ସାର,ଫସଲ ସୁରକ୍ଷା, ମୂର୍ତ୍ତିକା ପରୀକ୍ଷଣ, ସୌର ଜଳବିଧି, ଜାତୀୟ ଖାଦ୍ୟ ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି ଶ୍ରୀ ରାଧେଶ୍ୟାମ ବେହେରା, କେ.ବି.କେ ବୈଜ୍ଞାନିକ ସୁନିଲ କୁମାର ମହାପାତ୍ର, ଜଳସେଚନ ବିଭାଗର ଅଧିକାରୀ, ସହକାରୀ ନିବନ୍ଧକ, ସମବାୟ ସମିତି, ନାବାର୍ଡ ଜିଲ୍ଲା ଉନ୍ନୟନ ପରିଚଳିକା,ଅଗ୍ରଣୀ ବ୍ୟାଙ୍କ ପରିଚାଳକ,  ସମସ୍ତ ବିଭାଗୀୟ ଅଧିକାରୀ ଏବଂ ବ୍ଲକ୍ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *