ଜଗତସିଂହପୁର, ୨୦/୦୪/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା କୃଷି ବିଭାଗ ତରଫରୁ ଆଜି ତିର୍ତ୍ତୋଲ ବ୍ଲକ୍ ର ମଣିଜଙ୍ଗା ପଂଚାୟତ ଅଧିନସ୍ଥ ଇନ୍ଦରପା କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶାର ଚାଷୀଭାଇଙ୍କର ପର୍ବ ଅକ୍ଷୟ ତୃତୀୟା ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ କରାଯାଇଥିଲା।
ଏଥିସହିତ ସି ଏମ୍ କିଷାନ୍ ସହାୟତା ଯୋଜନା ରେ ଜିଲ୍ଲା ର ୧୩୯୩୧୪ ଜଣ ଚାଷୀଙ୍କୁ କିସ୍ତି ପ୍ରଦାନ କରାଯାଇଥିଲା।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଭୁଦତ୍ତ ସାହୁଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ସମ୍ମାନନୀୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ମଣିଜଙ୍ଗା ସରପଞ୍ଚ ଶଶଧର ମଲ୍ଲିକ ଓ ମୁଖ୍ୟବକ୍ତା ଭାବେ ବୈଜ୍ଞାନିକ ପ୍ରଦୀପ୍ତ ମାଝୀ ଯୋଗଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ସମସ୍ତ ବ୍ଲକ କୃଷି ଅଧିକାରୀ, ଜିଲ୍ଲା ସ୍ତରୀୟ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଓ ସମସ୍ତ କ୍ଷେତ୍ର କର୍ମଚାରୀ ଆଦି ଉପସ୍ଥିତ ଥିଲେ।
ଏହି ଅବସରରେ ସମସ୍ତ ଅତିଥି ବୃନ୍ଦ ସର୍ବ ପ୍ରଥମେ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା ମହାଲକ୍ଷ୍ମୀଙ୍କୁ ସୁମରଣା କରି ଓଡ଼ିଆ ପରମ୍ପରା ଅନୁଯାଇ ପାରମ୍ପରିକ ହଳ ଲଙ୍ଗଳରେ ଅକ୍ଷୀ ମୁଠି ଅନୁକୂଳ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୃତ୍ତିକା ପରୀକ୍ଷା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ (SHC) ର ବ୍ୟବହାର, ସମନ୍ଵିତ ଖାଦ୍ୟସାର ପରିଚାଳନା (INM), ସବୁଜ ଖତ ଚାଷ(GM), ପ୍ରାକୃତିକ କୃଷି(NF), ଜୈବିକ ସାର ପରିଚାଳନା,ଏହି ବର୍ଷର ଖରିଫ ଋତୁର ଫସଲ ଏବଂ ଧରିତ୍ରୀ ମାତା ବଚାଓ ନିଗରାଣୀ ସମିତି ଅଭିଯାନ ଉପରେ ଆଲୋକପାତ କରାଯାଇ ଥିଲା ।
ଆଭାସି ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସି.ଏମ୍ କିଷାନ ସହାୟତା କିସ୍ତି ପ୍ରଦାନ କାର୍ଯ୍ୟକ୍ରମ କୁ ପ୍ରଦର୍ଶିତ କରାଯିବାସହିତ କୃଷକ ସଚେତନତା ରଥ କୁ ଅତିଥିମନର ଉଦଘାଟନ କରିଥିଲେ।
