ଗରଦପୁର,୦୬/୧୧/୨୦୨୫(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଓ ତହସିଲ ତଥା କୁଦାନଗରୀ ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଆଳିଜଙ୍ଗା ଗାଁ ରେ ଆଜି ପୋଖରୀ ରେ ବୁଡ଼ି ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଖବର ରୁ ପ୍ରକାଶ ଆଳିଜଙ୍ଗା ଗାଁ ର ବିକାଶ ଜେନା ଙ୍କ ୩ + ବୟସର ଶିଶୁ କନ୍ୟା ମାନସୀ ଜେନା ଆଜି ସକାଳେ ଘର ନିକଟରେ ଖେଳୁଥିବାବେଳେ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲା ।
ପରିବାର ଲୋକେ ଖୋଜା ଖୋଜି କରି ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରି ଜଗତସିଂହପୁର ହସପିଟାଲକୁ ନେଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ହସପିଟାଲ ରୁ ଖବା ପାଇ ପୋଲିସ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । ମୃତ ଦେହ ବ୍ୟବଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଥିଲେ । ଶିଶୁ ଟିର ମୃତ ଦେହ ଆସି ଘରେ ପହଂଚିବା ପରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଶୃଖୋଳା ତଟରେ ଥିବା ଗାଁ ସ୍ମଶାନରେ ତାର ମୃତ ଦେହକୁ ପୋତାଯାଇଥିଲା । ଖବର ପାଇ ତେଣ୍ଡାକୁଡ଼ା ରାଜସ୍ୱ ନିରୀକ୍ଷକ ଆଳିଜଙ୍ଗା ଗାଁ ରେ ପହଂଚି ଘଟଣା ସମ୍ପର୍କରେ ଗାଁ ଲୋକଙ୍କ ଠାରୁ ପଚାରି ବୁଝିଥିଲେ ।
