କେନ୍ଦ୍ରାପଡ଼ା, ୨୨/୦୮/୨୦୨୬ (ଓଡ଼ିଶା ସମାଚାର)- ନଈରେ ବଢ଼ିଛି ପାଣି, ଚାରିଆଡ଼େ ବନ୍ୟାର ବିଭୀଷିକା । ଜଳବନ୍ଦୀରେ ଜୀବନ କାଟୁଛନ୍ତି ଅନେକ ବନ୍ୟା ବିପନ୍ନ । ଏଭଳି ଦୁର୍ଦ୍ଧିନରେ ବିପନ୍ନଙ୍କ ପାଖରେ ପହଂଚିଛି ମାନବିକତାର ସହାୟତା ହାତ । ସ୍ଥାନୀୟ ଅଂଚଳର ସମାଜସେବୀ କୃଷ୍ଣଚନ୍ଦ୍ର ବାରିକ ଏବଂ ସାମ୍ବାଦିକ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟଙ୍କ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ବଂଟନ କରାଯାଇଛି ରିଲିଫ୍ ସାମଗ୍ରୀ ।
ଶୁଖିଲା ଖାଦ୍ୟ ସହିତ ପିଇବା ପାଇଁ ବିଶୁଦ୍ଧ ପାଣି ବୋତଲ ଏବଂ ଅତି ଆବଶ୍ୟକ ଜିନିଷ ଯୋଗାଇ ଦେଇଛନ୍ତି । ନଈରେ ବଢିପାଣି ଯୋଗୁଁ ଚାରିଆଡ଼େ ତାଣ୍ଡବ ରଚିଛି ବନ୍ୟା । ବନ୍ୟାର ବିଭୀଷିକାରେ ଖାଦ୍ୟ ଓ ପିଇବା ପାଣିକୁ ନେଇ ଚିନ୍ତାରେ ବନ୍ୟା ବିପନ୍ନ । ଏଭଳି ଦୁର୍ଦ୍ଧିନ ସମୟରେ ବନ୍ୟା ବିପନ୍ନଙ୍କ ପାଖରେ ପହଂଚିିଛି ସହାୟତାର ହାତ । ଦୀର୍ଘ ୫ ଦିନ ହେବ ଜଳ ବନ୍ଦୀରେ ଥିବା ବନ୍ୟା ବିପନ୍ନଙ୍କ ନିକଟରେ ପ୍ରଶାସନ, ପ୍ରଶାସକ ପହଂଚିି ପରିନି କିମ୍ବା କୌଣସି ସହାୟତା ଯୋଗାଇ ଦେଇପାରିନଥିବା ବେଳେ ସେହି ସ୍ଥାନରେ ସମାଜସେବୀ କୃଷ୍ଣଚନ୍ଦ୍ର ବାରିକ ଏବଂ ସାମାଜିକ କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟଙ୍କ ନିଜ ସହଯୋଗୀ ଶୁଭାଶିଷ ଷଡଙ୍ଗୀ, ସ୍ଥାନୀୟ ସରପଂଚ ବିକ୍ରମ ମଲ୍ଲିକଙ୍କ ସହ ବନ୍ୟା ପ୍ରଭାବିତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ପଦନିପାଳ ଗ୍ରାମପଂଚାୟତର ଦଇତାରୀ ପୁର ଗ୍ରାମରେ ପହଂଚି ଅନେକ ବିପନ୍ନ ପରିବାର ଗୁଡ଼ିକୁ ନିଜ ସକ୍ଷମ ଅନୁଯାୟୀ ରିଲିଫ୍ ସାମଗ୍ରୀ ବଂଟନ କରିଛନ୍ତି । ରିଲିଫ୍ ପ୍ୟାକେଟ୍ରେ ରହିଛି ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ସାମଗ୍ରୀ ସହିତ ଅତି ଆବଶ୍ୟକ ଜିନିଷ । ଏହା ସହିତ ବନ୍ୟା ସମୟରେ ସବୁଠାରୁ ଜରୁରୀ ଆବଶ୍ୟକତା ଥିବା ବିଶୁଦ୍ଧ ପିଇବା ପାଣି ବୋତଲ ମଧ୍ୟ ବଂଟନ କରିଛନ୍ତି । ବନ୍ୟା ପାଣିରେ ଚାରିଆଡ଼େ ଜଳମଗ୍ନ ହୋଇଥିବା ବେଳେ ବିଶୁଦ୍ଧ ପିଇବା ପାଣିର ଅଭାବ ବିପନ୍ନଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ଏଭଳି ସମୟରେ ଶୁଖିଲା ଖାଦ୍ୟ ସହିତ ବିଶୁଦ୍ଧ ପାଣି ଯୋଗାଇ ଦେଇ ସମାଜସେବୀ ଯେଉଁ ସହଯୋଗର ହାତ ବଢ଼ାଇଛନ୍ତି, ତାହା ବିପନ୍ନଙ୍କ ପାଇଁ ନିଶ୍ଚିତ ଭାବେ ଆଶ୍ୱସ୍ତି ଆଣିଛି । ଏବାବଦରେ ସମାଜସେବୀ କୃଷ୍ଣଚନ୍ଦ୍ର ବାରିକ କହିଛନ୍ତି “କେବଳ ରିଲିଫ୍ ବଂଟନ ନୁହେଁ, ବିପଦ ସମୟରେ ଲୋକଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବିକତାର ପରିଚୟ’ । ବନ୍ୟା ବିପନ୍ନଙ୍କ ଦୁଃଖ ଓ ଅସୁବିଧାକୁ ନିଜର ଦୁଃଖ ଭାବି ସହଯୋଗର ହାତ ବଢ଼ାଇଥିବାରୁ ସ୍ଥାନୀୟ ଅଂଚଳରେ ଏହି ଦୁଇ ଜଣଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଉଛି । ନଈରେ ବଢ଼ି ଆସିବା ପରେ ଅନେକ ପରିବାର ଏବେ ଜଳବନ୍ଦୀ । ଏଭଳି ଦୁର୍ଦ୍ଧିନରେ ସମାଜସେବୀ ଶ୍ରୀ ବାରିକ ଏବଂ ସାମ୍ବାଦିକ ଶ୍ରୀ ଆଚାର୍ଯ୍ୟଙ୍କ ପକ୍ଷରୁ ଶୁଖିଲା ଖାଦ୍ୟ ସହିତ ବିଶୁଦ୍ଧ ପିଇବା ପାଣି ବୋତଲ ଯୋଗାଇ ଦିଆଯାଇଛି । ବିପଦ ସମୟରେ ଏଭଳି ସହଯୋଗ ବନ୍ୟା ବିପନ୍ନଙ୍କ ପାଇଁ ଆଶ୍ୱସ୍ତିର କାରଣ ପାଲଟିଛି । ଏ ନେଇ ସାମ୍ବାଦିକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି “ବନ୍ୟାର ବିପଦ ଯେତେ ବଡ଼ ହେଉନା କାହିଁକି, ମାନବିକତାର ହାତ ତା’ଠାରୁ ବଡ । ବିପଦରେ ପଡ଼ିଥିବା ଲୋକଙ୍କ ପାଖରେ ଠିଆ ହୋଇ ସହଯୋଗର ହାତ ବଢ଼ାଇବାର ଆମ୍ଭର ଏହି ପ୍ରୟାସ ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ମଧ୍ୟ ସହଯୋଗ ପାଇଁ ପ୍ରେରଣା ଯୋଗାଇ ଦେବ ।
