ଲକ୍ଷ୍ମୀପୁର,୦୬/୧୧/୨୫(ଓଡିଶା ସମାଚାର/ପ୍ରମୋଦ ଜେନା)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ମଧୁସୂଦନ ସାହୁଙ୍କର କଟକ ସ୍ଥିତ ପଣ୍ଡା କେନ୍ସର କ୍ଲିନିକ ରେ ଗତ ସୋମବାର ଦିନ ଦେହାନ୍ତ ହୋଇଯାଇଛି। ସିଏ ମୁଖ କର୍କଟ ରୋଗରେ ପୀଡ଼ିତ ହୋଇ ଦୁଇ ମାସ ଧରି ଚିକିତ୍ସିତ ହେଉଥିଲେ। ପରିବାର ଓ ଆତ୍ମ୍ିୟ ସ୍ୱଜନ ଙ୍କ ଉପସ୍ଥିତିରେ ମଙ୍ଗଳାବାର ଦିନ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ କରାଯାଇଥିବା ବେଳେ ତାଙ୍କ ଗ୍ରାମ କାକିକିରିଗୁମା ରେ ଶୋକର ଛାୟା ଖେଳି ଯାଇଥିଲା।
ଆଜି ଲକ୍ଷ୍ମୀପୁର ମହା ବିଦ୍ୟାଳୟରେ ଏକ ଶୋକ ସଭା ଆୟୋଜନ କରାଯାଇଥିଲା। ଏହି ଶୋକ ସଭାରେ ମହାବିଦ୍ୟାଳୟର ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା ଚୌଧୁରୀ, ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ ଉପସ୍ଥିତ ରହି ତାଙ୍କ ଫଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରି ଦୁଇ ମିନିଟ୍ ର ନିରବ ପ୍ରାର୍ଥନା କରିଥିଲେ। ସିଏ ଲକ୍ଷ୍ମୀପୁର ମହା ବିଦ୍ୟାଳୟରେ ୧୯୯୮ ମସିହାରେ ଇତିହାସ ବିଭାଗ ଅଧ୍ୟାପକ ଭାବେ ଯୋଗ ଦେଇ ଦୀର୍ଘ ସତେଇଶି ବର୍ଷ ଧରି ମହା ବିଦ୍ୟାଳୟରେ ବେଶ୍ କ୍ଷାତି ଅର୍ଜନ କରିଥିଲେ।
ସ୍ବର୍ଗତ ସାହୁ ଜଣେ କର୍ମଠ, ମେଳାପୀ ଲୋକ ଭାବେ ବେଶ୍ ଜଣା ଶୁଣା ଥିବାରୁ ତାଙ୍କ ମୃତ୍ୟୁ ଖବର ସମସ୍ତିଙ୍କୁ ଚକିତ କରିଛି।ବର୍ତମାନ ତାଙ୍କ ସ୍ତ୍ରୀ ସ୍ୱାମୀଙ୍କୁ ହରାଇ, ତାଙ୍କ ପୁଅ ଆଉ ଝିଅ ବାପାଙ୍କୁ ହରାଇ, ଛାତ୍ର ଛାତ୍ରୀ ମନେ ଭଲ ଅଧ୍ୟାପକଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ତାଙ୍କ ସ୍ଥାନ ସବୁ ବେଳେ ଅପୂରଣୀୟ ରହିବ ବୋଲି ଶ୍ରୀଯୁକ୍ତ ଚୌଧୁରୀ ପ୍ରକାଶ କରିଥିବା ବେଳେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିରେନ ଶତପଥୀ ମଧ୍ୟ ଶୋକ ପ୍ରକାଶ କରିଥିଲେ।
