ଯାଜପୁର, ୧୭/୦୨/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍କାଉଟ୍ ଗାଇଡ କ୍ୟାମ୍ପୋରୀ ୨୦୨୫ ଉତ୍ସବକୁ ଯାଜପୁର ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ କୃତିବାସ ବାରିକଙ୍କ ସଭାପତିତ୍ବରେ ଉଦ୍ ଯାପିତ ହୋଇଯାଇଛି। ମୁଖ୍ୟ ଅତିଥିଭାଵେ ଭାରତ ସ୍କାଉଟ ଗାଇଡର ଜାତୀୟ ଉପ ସଭାପତି ତଥା ଓଡ଼ିଶା ରାଜ୍ୟ ମୁଖ୍ୟ କମିଶନର ଡକ୍ଟର କାଳୀ ପ୍ରସାଦ ମିଶ୍ର ଯୋଗ ଦେଇ ଯାଜପୁର ଜିଲ୍ଲା ଭାରତ ସ୍କାଉଟ ଗାଇଡର ଶୃଙ୍ଖଳିତ କାର୍ଯ୍ୟଶୈଳୀ ପାଇଁ ସାରା ଓଡ଼ିଶାରେ ଏକ ନମ୍ବର ହୋଇପାରିଛି ବୋଲି କହିଥିଲେ।
ଯାଜପୁର ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅତି ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିବାରୁ ସମସ୍ତଙ୍କୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପଦେଶ ନିଜ ବକ୍ତବ୍ୟରେ ଡକ୍ଟର ଶ୍ରୀ ମିଶ୍ର କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଓଡ଼ିଶା ଭାରତ ସ୍କାଉଟ ଗାଇଡର ରାଜ୍ୟ ପରିଚାଳନା କମିଶନର ଅନାମିକା ଦାସ ଯୋଗଦେଇ ସ୍କିଲ ଡେଭଲପମେଣ୍ଟ ବିଷୟ ସହ ଇଣ୍ଟରନେଟ କିପରି ସାରା ବିଶ୍ଵରେ ସ୍କାଉଟ ଗାଇଡର ଦକ୍ଷତା କୁ ପ୍ରତିପାଦନ କରିପାରିଛି ତାହା ସେ ନିଜ ବକ୍ତବ୍ୟରେ କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କମିଶନର ଵିଶ୍ଵମ୍ଵର ମିଶ୍ର, ରବି ପ୍ରସାଦ ସାମଲ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜୟଶ୍ରୀ ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ପ୍ରଶଂସା କରିଥିଲେ। ଜିଲ୍ଲା ସଂପାଦକ ଶମ୍ଭୁନାଥ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।
ସକାଳ ୭ଟାରେ ସର୍ଵଧର୍ମ ସଭାରେ ମୁଖ୍ୟ ଅତିଥି ଭାବେ ସହକାରୀ ଜିଲ୍ଲାପାଳ କୁଳମଣି ନାୟକ ଯୋଗଦେଇ ସେବା ଓ ଶୃଙ୍ଖଳା ଉପରେ ଉପଦେଶ ଦେଇଥିଲେ। ସେହିପରି ସକାଳ ୯ଟା ସମୟରେ ସ୍କାଉଟ ଗାଇଡ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଯାଜପୁର ସହରରେ ଶାନ୍ତି ପରିକ୍ରମା କରାଯାଇଥିଲା । ଆଜି ଶିଵିରାର୍ଥୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ରଙ୍ଗୋଲୀ, ପିଜାଣ୍ଟ ସୋ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ସେହିପରି ସନ୍ଧ୍ୟାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ସ୍ଵରୂପ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ଥିଲା।
ଏହି କାର୍ଯ୍ୟକ୍ରମରେ୫୨ଜଣ ସ୍କାଉଟମାଷ୍ଟର ଓ ଗାଇଡ କ୍ୟାପଟେନ ଏଵଂ ୬୫୨ଜଣ ସ୍କାଉଟ ଗାଇଡ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡ଼ାଧିକାରୀ ଫକୀର ମୋହନ ଟୁଡୁ, ଜିଲ୍ଲା ସ୍କୁଲର ବରିଷ୍ଠ ଶିକ୍ଷକ, ଜହିରୁଦ୍ଦିନ୍ ଖାଁ, ଶଙ୍କର୍ଷଣ ବେହେରା, ମମତା ସେଠୀ, ରାଜେଶ ସେଠୀ, ଵିନୋଦ କୁମାର ଦଳାଇ, ଅରୁଣ ଜେନା, ରତିକାନ୍ତ ନାୟକ, ସେକ୍ ମାଜିଦ ବକ୍ସର, ଜିଲ୍ଲା ସଂଯୋଜକ ଅବିନାଶ ଖୁଣ୍ଟିଆ, ତପସ୍ଵିନୀ ଦାଶ, ଭକ୍ତହରି ସାହୁ, ନିରଞ୍ଜନ ଶତପଥୀ, ସୋନାଲୀ ସାହୁ ଚନ୍ଦନ ସାହୁ, ସୁବାଷ ଚନ୍ଦ୍ର ବାରିକ, ମନୋଜ କୁମାର ରାଉତ ରାୟ, ସୁଶାନ୍ତ ସାହାଣୀ, ମାନସ କୁମାର ସ୍ଵାଇଁ, ସଲୋନୀ ଅଗ୍ରୱାଲ, ରାହାସ ବିହାରି ଦାସ, ଦୁଃଶାସନ ବେହେରା ପ୍ରମୁଖ ସଭା ପରିଚାଳନା କରିଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ କୁମାର ଧଳ ଓ ମାୟାଧର ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, କର୍ମଚାରୀ ଏଵଂ ଜିଲ୍ଲା ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।