ବଡ଼ବିଲରେ ପରାକ୍ରମ ଶୋଭାଯାତ୍ରା

 ଅପରେସନ ସିନ୍ଦୂରର ସଫଳତାକୁ ନେଇ ପୌରପାଳିକା ପକ୍ଷରୁ ତ୍ରିରଙ୍ଗା ଯାତ୍ରା । ସାମିଲ ହେଲେ କେନ୍ଦୁଝର ସାଂସଦ । ଚମ୍ପୁଆ ଉପ ଜିଲ୍ଲା ପାଳ ଓ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି

ବଡ଼ବିଲ, ୧୫/୦୫/୨୦୨୫ (ଓଡ଼ିଶା ସମାଚାର)-  ଭାରତୀୟ ସେନାର ଶୋର୍ଯ୍ୟ ଓ ବୀରତ୍ୱର ସମ୍ମାନ ଉଦ୍ଦେଶ୍ୟରେ ବଡ଼ବିଲରେ ଆଜି ସକାଳ ଆଠଟା ସମୟ ରେ ସ୍ଥାନୀୟ ବିକାଶ ମହଲ ଠାରୁ ପରାକ୍ରମ ଶୋଭାଯାତ୍ରା କରାଯାଇଛି ଅପରେସନ ସିନ୍ଦୂରର ସଫଳତାକୁ ନେଇ ବଡ଼ବିଲ ପୌରପାଳିକା ପକ୍ଷରୁ ଆଜି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ୱର ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛି ।

ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରାଯାଇଛି । ଏହିକ୍ରମରେ ବଡ଼ବିଲ ବିକାଶ ମହଲ ପରିସରରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା। ବିକାଶ ମହଲ ପରିସରରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ଗୁରୁଦ୍ୱାର ଛକ, ମହାନ୍ତ ବସ୍ତି, ଭଗତ ସିଂ ଛକ, ପୁରୁଣା ବସ୍ ଷ୍ଟାଣ୍ଡ ଛକ, ଶ୍ରୀ ରାମ ଛକ, ମେନ୍ ରୋଡ୍ ଓ ଅଟକ ଛକ ଦେଇ ବିକାଶ ମହଲରେ ପହଞ୍ଚିଥିଲା ।

ବଡ଼ବିଲ ପୌରପାଳିକା ଆନୁକୂଲ୍ୟରେ ଆୟୋଜିତ ଏହି  ଶୋଭାଯାତ୍ରା କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାଏକ,ଚମ୍ପୁଆ ଉପ ଜିଲ୍ଲା ପାଳ ଉମାକାନ୍ତ ପରିଡା ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ,ବଡ଼ବିଲ ତହସିଲଦାର, ପୌର ନିର୍ବାହୀ ଅଧିକାରୀ, ପୋଲିସ୍ କର୍ମୀ, କ୍ରୀଡାବିତ୍, ଶିକ୍ଷକ-ଶିକ୍ଷୟିତ୍ରୀ, ବିଭିନ୍ନ ସେଚ୍ଛାସେବୀ ସଂଗଠନ ଏବଂ ସାଧାରଣ ନାଗରିକ ସାମିଲ ହୋଇ ଜାତୀୟ ପତାକା ଧରି ପାକିସ୍ଥାନ ବିରୁଦ୍ଧରେ ଏବଂ ଭାରତୀୟ ସେନା ସପକ୍ଷରେ ବିଭିନ୍ନ ସ୍ଳୋଗାନ ଦିୟା ଯାଇଥିଲା।

Leave a Reply

Your email address will not be published. Required fields are marked *