ଭୁବନେଶ୍ୱର,୦୪/୧୧/୨୦୨୫ (ଓଡ଼ିଶା ସମାଚାର)-ଆନ୍ତର୍ଜାତୀୟ ସାମ୍ବାଦିକ ବିରୋଧୀ ଅପରାଧ ଦଣ୍ଡମୁକ୍ତ ଅନ୍ତଦିବସ-୨୦୨୫ ପାଳନ ଅବସରରେ ପାକ୍ଷିକ ସମ୍ବାଦପତ୍ର “ଅରଭାନୀ ସମୟ” ପକ୍ଷରୁ ସ୍ଥାନୀୟ ଲୋହିଆ ଏକାଡ଼େମୀଠାରେ ଏ.ଆଇ ମାଧ୍ୟମରେ ‘(କୃତି୍ରମ ବୁଦ୍ଧିମତା) ମହିଳା ସାମ୍ବାଦିକ ବିରୋଧୀ ହିଂସା ପ୍ରତି ସତର୍କତା’ ଶୀର୍ଷକ ଆଲୋଚନଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ସୁସାହିତି୍ୟକା ମଞ୍ଜୁଳା ତ୍ରିପାଠୀଙ୍କ ସଭାପତିତ୍ୱ ଓ ସମାମଜସେବୀ ମନୋରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଶଶଧର ପଣ୍ଡା, ମୁଖ୍ୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା, ମୁଖପାତ୍ର ଗୋଲକ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଓଡ଼ିଶା ରେଡ଼କ୍ରସର ପ୍ରାକ୍ତନ ସଚିବ କଳ୍ପନା ଦାସ ପ୍ରମୁଖ ଯୋଗଦେଇ ଏ.ଆଇ (କୃତ୍ରିମ ବୁଦ୍ଧିମତା)ର ସଠିକ୍ ବିନିଯୋଗ, ମହିଳା ହିଂସା ପ୍ରତି ମନୋଭାବକୁ ଦୃଢ ଭାବରେ ବିରୋଧ କରିବା ସହ କୃତ୍ରିମ ବୁଦ୍ଧିମତା ପ୍ରୟୋଗ କରି ରାଷ୍ଟ୍ର ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର ମତବ୍ୟକ୍ତ କରିଥିଲେ ଯେ, ସତ୍ୟ, ତଥ୍ୟ ଓ ନିର୍ଭୀକ ସହିତ ସମ୍ବାଦ ପରିବେଷଣ ଓ ଏ.ଆଇ.ର ସଠିକ୍ ବିନିଯୋଗ ବର୍ତମାନ ସମୟରେ ବହୁ ପ୍ରାସଙ୍ଗିକତା ବହନ କରେ । ସମ୍ପାଦକ ରମେଶ କୁମାର ମହାପାତ୍ର ସାମ୍ବାଦିକ ପଥ କଂଟକିତ ହେଲେ ବି ଆଧୁନିକ ଜ୍ଞାନକୌଶଳ ବୃଦ୍ଧି କରିବା ଏବଂ ଯେଉଁମାନେ ଗଣମାଧ୍ୟମ ସହିତ ଜଡ଼ିତ ଅଛନ୍ତି, ସେମାନଙ୍କ ସୁରକ୍ଷା ଉପରେ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି କହିଥିଲେ ।
ଏହି ଅବସରରେ ମହିଳା ସାମ୍ବାଦିକା ସୁମିତ୍ରା ସାହୁ, ଆଲଫା ରାୟ, ସୁଚିସ୍ମିତା ସାହୁ, କବିତା ବେହେରା, ପି୍ରୟଙ୍କା ରାୟ, ସାମ୍ବାଦିକ ମଦନ ମୋହନ ପାଢୀ, ଅନନ୍ତ ଗୋପାଳ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୌଦାମିନୀ ତ୍ରିପାଠୀ ବେଦପାଠ କରିଥିବା ବେଳେ କାର୍ଯ୍ୟକ୍ରମକୁ ସାମ୍ବାଦିକା ରୀନା ମହାନ୍ତି, ପ୍ରଜ୍ଞା ପଟ୍ଟନାୟକ ଏବଂ କଳ୍ପନା ମହାରଣା ପରିଚାଳନାରେ ସହଯୋଗ କରିଥିଲେ ଏବଂ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
