କାର୍ତ୍ତିକେୟଙ୍କ ପୂଜା ମଣ୍ଡପ ପରିଦର୍ଶନ କରି ଆଶିର୍ଵାଦ ଭିକ୍ଷା କଲେ ସମାଜସେବୀ ପ୍ରଫେସର ମନୋଜ ନାୟକ

କଟକ ସଦର,୦୪/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ, ଶିକ୍ଷାବିତ, ପ୍ରଫେସର ମନୋଜ ନାୟକ କିଶନନଗର ଅଞ୍ଚଳର ବିଭିନ୍ନ କାର୍ତ୍ତିକେୟ ପୂଜା ମଣ୍ଡପ ପରିଦର୍ଶନ କରି ଆଶିର୍ଵାଦ ଭିକ୍ଷା କରିବା ସହିତ ସଦରଵାସୀଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି।

ଏହି ପରିପ୍ରେକ୍ଷୀରେ କିଶନନଗର, ସାମନ୍ତରା ପୁର ଠାରେ ପ୍ରଫେସର ନାୟକ ଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆ ଯାଇଥିଲା ବେଳେ ବିଶେଷକରି ଵୋଧପୁର ଠାରେ ଏକ ବଡ ଧରଣର ମଟରସାଇକେଲ ଶୋଭାଯାତ୍ରାରେ ତାଙ୍କୁ ପାଛୋଟି ନିଆଯାଇ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *