କଟକ ସଦର,୦୪/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀପତଳ ଅନ୍ଧାର ଭଳି କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ତେଲଦିଆ ୮ ନମ୍ବର ୱ।ର୍ଡ ହରିଜନ (କଳସାହି) ର ଏକଶହରୁ ଉର୍ଦ୍ଧ୍ଵ ପରିବାର ରାସ୍ତା ନଥିବାରୁ ଦୀର୍ଘ ଦିନ ହେଲା ହିନସ୍ଥା ଭୋଗୁଥିବା ଅଭିଯୋଗ ହୋଇ ଆସୁଛି।

ବର୍ଷା ଅସରାଏ ହେଲେ ପଦାକୁ ଵାହାରିଵା ଅସମ୍ଭବ ହୋଇପଡୁଥିଵା ବେଳେ ରୋଗୀଙ୍କୁ ଡାକ୍ତରଖାନା ନେବା ଅସମ୍ଭବ ହୋଇପଡୁଛି। ଏହାର ସମାଧାନ ପାଇଁ ଆଜି ମଙ୍ଗଳବାର ଦିନ ଗ୍ରାମର ଶତାଧିକ ଗ୍ରାମବାସୀମାନେ କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ ଙ୍କୁ ଭେଟି ଦାବିପତ୍ର ଦେବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ନିବେଦନ କରିଛନ୍ତି। ବାଲିଯାତ୍ରା ପରେ ଉକ୍ତ ସମସ୍ୟାର ସମାଧାନ କରାଯିବ ବୋଲି ତହସିଲଦାର ଗ୍ରାମବାସୀ ମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।
