କେନ୍ଦ୍ରାପଡ଼ା, ୦୨/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ସାହିତ୍ୟ ପରିଷଦ ପକ୍ଷରୁ ବିଶିଷ୍ଟ କଥାକାର ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡ. ରାମଚନ୍ଦ୍ର ବେହେରାଙ୍କ ୮୦ ତମ ସ୍ୱନକ୍ଷତ୍ର ଦିବସ ଗୋପସ୍ଥିତ କମଳ ଭବନରେ ପାଳିତ ହୋଇଯାଇଛି । ପରିଷଦର ସଭାପତି କବି ଅପର୍ଣ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ, କବି, ଲେଖକ ଏବଂ ବୁଦ୍ଧିଜୀବୀମାନେ ଯୋଗଦେଇ କଥାଶିଳ୍ପୀ ଡ. ରାମଚନ୍ଦ୍ର ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ ।
ପ୍ରଫେସର ନନ୍ଦକିଶୋର ପରିଡ଼ା ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ କଥାକାର ଡ. ବେହେରାଙ୍କ ସାରସ୍ୱତ ସର୍ଜନା, ବ୍ୟକ୍ତି ଜୀବନର ସଫଳତା ଓ ଲୋକପ୍ରିୟତା ସମ୍ପର୍କରେ ଅବତାରଣା କରିଥିଲେ । ଜିଲା ସାହିତ୍ୟ ପରିଷଦ ସମ୍ପାଦକ ସରୋଜ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କବି ମାତୃଦତ ମହାନ୍ତି ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଭୂବନ ମୋହନ ଜେନା, ପ୍ରସନ୍ନ ପରିଡ଼ା, ତପନ କୁମାର ପତି, ସୁବ୍ରତ ସାମଲ, ଅକ୍ଷୟ ପାଣି, କୈଳାସ ମହାନ୍ତି, ରବିନ୍ଦ୍ର ରଥ, ଅକ୍ଷୟ ସେନାପତି, ଅଶୋକ ସାହୁ, ମହେନ୍ଦ୍ର ସୁଆର, ବିଷ୍ଣୁପ୍ରିୟା ସାମଲ, ବ୍ରଜବନ୍ଧୁ ଦାଶ, ପ୍ରଦୀପ ନାୟକ, ଜାହିଦ୍ ଖାଁ, ବଂଶୀଧର ମହାନ୍ତି, ବିଜୟ ସାହୁ, ବଳରାମ ସାହୁ, ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ କଥାକାର ଡ. ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
