ଭୁବନେଶ୍ୱର,୦୨/୧୧/୨୦୨୫ (ଓଡ଼ିଶା ସମାଚାର)- ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଓଡିଶା ଶାଖା ପକ୍ଷରୁ ସର୍କିଟ ହାଉସଠାରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥପାଠ କରାଯିବା ସହ ସଂସ୍ଥାର ରାଜ୍ୟ ସଭାପତି ଆଇନଜୀବୀ କିଶୋର ଚନ୍ଦ୍ର କରଙ୍କୁ ଡକ୍ଟର ଉପାଧି ମିଳିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜରେ ଦିନକୁ ଦିନ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ସାଧାରଣ ଜନତା ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ।
ଦୁର୍ନୀତିର ପ୍ରାଦୁର୍ଭାକୁ କିଛି ମାତ୍ରାରେ ପ୍ରତିହତ କରିବା ପାଇଁ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ପକ୍ଷରୁ ସଂସ୍ଥର ରାଜ୍ୟ ସମ୍ପାଦକ ଇଂ ବିପିନ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ରାଜ୍ୟ ପଦାଧିକାରୀ ତାଙ୍କର ସୁଚିନ୍ତିତ ମତ ରଖିଥଲେ । ଦୁର୍ନୀତି ହଟାଇ ସମାଜସେବା କରିବାକୁ ରାଜ୍ୟ ସଭାପତି ଡ଼ କର, ଉପସଭାପତି ଅଶୋକ କୁମାର ମହାପାତ୍ର, ଅସିତ କୁମାର ମହାନ୍ତି, ବିଶ୍ୱଜିତ କାନୁନନଗୋ, ଶ୍ୟାମସୁନ୍ଦର ମହାନ୍ତି, ମାନସ ଦାସ, ରମେଶ ଚନ୍ଦ୍ର ପଟ୍ଟନାୟକ, ଜୟଶ୍ରୀ ଦାଶ, ସତ୍ୟଜିତ ନାୟକ, ପ୍ରତାପ ରୁଦ୍ର ପଣ୍ଡା, ସ୍ମାରକ ରଞ୍ଜନ ବେହେରା, ଦ୍ୱାରକାନାଥ ଖୁଂଟିଆ, ସମ୍ବିତ ମହାପାତ୍ର ପ୍ରମୁଖ ଅଭିଭାଷଣ ପ୍ରଦାନ କରି କହିଥିଲେ ।
