ଝୁଲନ୍ତା ଅବସ୍ଥାରେ ଯୁବକର ମୃତ ଦେହ ଉଦ୍ଧାର

ବଡ଼ବିଲ, ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- କେନ୍ଦୁଝର ଜିଲ୍ଲା  ବଡବିଲ ଥାନା ଅନ୍ତର୍ଗତ ବଡବିଲ ପୌରାଞ୍ଚଳର ପନ୍ଦର ନମ୍ବର୍ ୱାର୍ଡ ବଡବିଲ ରେଲୱେ ସାଇଡିଂ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ଆଜି ଭୋର୍ ପ୍ରାୟ ସାଢେ ପାଞ୍ଚଟା ସମୟରେ ବଡବିଲ ସାଇଡିଂ ଅଞ୍ଚଳରେ ଏକ ଯୁବକର ମୃତ ଦେହ ଏକ ଗଛରେ ଝୁଲୁଥିବା ଦେଖି ସ୍ଥାନୀୟ ବାସିନ୍ଦା ମାନେ ବଡବିଲ ପୋଲିସ୍ କୁ  ସୂଚନା ଦେଇଥିଲେ । ସୂଚନା ପାଇ ବଡବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ବଡବିଲ ପୋଲିସ୍ । ମୃତ ବ୍ୟକ୍ତିର ବେକରେ ଏକ କପଡା ବାନ୍ଧି ଗଛରେ ବନ୍ଧା ହୋଇଥିବା ବେଳେ ଦୁଇପାଦ ମାଟିରେ ଲାଗି ଛିଡ଼ା ହୋଇଥିବା ଭଳି ଦୃଶ୍ୟ ହୁଏ, ଯାହାକୁ ନେଇ ଏହା ହାତ୍ୟା ନା ଆତ୍ମ ହତ୍ୟା  ତାହାର କାରଣ ଅସ୍ପଷ୍ଟ। ଯୁବକ ଜଣକ ବଡବିଲ ସାଇଡିଂ ନିକଟରେ ରହୁଥିବା ବେଳେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *