ଲକ୍ଷ୍ମୀପୁର.୦୧/୧୧/୨୦୨୫ (ଓଡିଶା ସମାଚାର/ପ୍ରମୋଦ ଜେନା) ବିଭିନ୍ନ ପ୍ରକାରର ଯାନି ଯାତ୍ରା ପାଳନ କରିବାରେ ଆଦିବାସୀ ସମ୍ପ୍ରଦାୟ ସବୁଠୁ ଆଗରେ। ଖାସ କରି କୋରାପୁଟ ଜିଲ୍ଲାରେ ବସ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟଙ୍କ ପରବ ସବୁଠୁ ନିଆରା। ତନ୍ମଧ୍ୟରୁ ଫୁଲ ଯାତ୍ରା ଅନ୍ୟତମ। ଏହି ଯାତ୍ରା କେବଳ ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ପଞ୍ଚାୟତର ବିରିଗୁଡା ଗ୍ରାମ ଠାରେ ଦୀପାବଳି ସରିବା ପରର ଶନିବାର ଦିନ ଅନୁଷ୍ଠିତ ହୁଏ। ଏହି ଯାତରା ଗୋଟିଏ ଦିନ ଧରି ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଦିବାସୀ ଙ୍କ ଏଇ ନିଆରା ଫୁଲ ଯାତରା ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରାଟି ଗୋଟିଏ ଦିନ ଧରି ପାଳିତ ହେଇ ଆସୁ ଥିବା ଵେଳେ ହଜାର ହଜାର ଆଦିବାସୀ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା।

ଆଦିବାସୀ ଯୁବକ ଯୁବତୀ ଏହି ଯାତ୍ରା ବେଳେ ଭାବ ଦିଆ ନିଆ ହୋଇ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି।ଏଥି ସହ ଗାଁଗାଁରେ ଲାଗିଥିବା ପୁରୁଣା ଝଗଡା,ରାଗ ରୁସା ଏହି ଯାତ୍ରା ମାଧ୍ୟମରେ ସମାଧାନ ମଧ୍ୟ କରନ୍ତି। କିନ୍ତୁ ସମୟାନୁ କ୍ରମେ ସେଇ ପୁରୁଣା ପରମ୍ପରା ଲୋପ ପାଇ ବସିଛି। ଆଗ ଭଳି ଆଉ ଭାବ ଦିଆ ନିଆ ହୋଇ ବିବାହ ହେବା ଦେଖିବାକୁ ମିଳୁ ନଥିଲେ ବି ରାଜ ରାଜୋଡା ଅମଳରୁ ଚାଲି ଆସିଥିବା ଏଇ ଫୁଲ ଯାତ୍ରା କିନ୍ତୁ ଆଜି ଜାଏଁ ବନ୍ଦ ହେଇନି। ବିରିଗୁଡା ଗ୍ରାମ ଠାରୁ ଦେଢ କିଲୋମିଟର ଦୁର ଏକ ପଡିଆରେ ଏହି ଯାତ୍ରା ଆଜି ଅନୁଷ୍ଠିତ ହୋଇଥିଲା । ପ୍ରାୟ ୫ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ଲକ୍ଷ୍ମୀପୁର ଥାନା ତରଫରୁ ବ୍ୟାପକ ପୋଲିସ ମୁତୟନ କରା ଯାଇଥିଲା। ଯାତ୍ରା ପଡ଼ିଆରେ ଖୋଲା ଯାଇଥିବା ବିଭିନ୍ନ ରକମର ଦୋକାନରେ ବେସ ଗହଳି ଲାଗିଥିବା ଦେଖିବାକୁ ମିଳିଥିଲା।
