କଟକ ସଦର,୦୧/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜମିଜମା କିଣାବିକା ର ସରଳୀକରଣ ପାଇଁ ଆଜି ଶନିବାର ୧ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଉପସ୍ଥିତି ରେ ରାଜ୍ୟର ୪୪ ଟି ତହସିଲରେ ଉପନିଵନ୍ଧନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର କିଶନନଗର ଓ ନିଶ୍ଚିନ୍ତକୋଇଲି ତହସିଲରେ ଆଜି ଉକ୍ତ କାର୍ଯ୍ୟାଳୟ ର ଶୁଭାରମ୍ଭ ହୋଇଛି। କିଶନନଗର ତହସିଲରେ ଭିଡିଓ କନଫରେନ୍ସିର ଵ୍ୟଵ୍ୟସ୍ଥା ନଥିବାରୁ ଉପନିଵନ୍ଧକ ଅତିରିକ୍ତ ଦାୟିତ୍ୱ ରେ ଥିବା ତହସିଲଦାର କ୍ଷିରୋଦ କୁମାର ଦାଶ କଟକ ସଦର ବ୍ଲକ ରେ ଉଦଘାଟନ କୁ ଗ୍ରହଣ କରିଥିଲେ।
ଆଜି ଠାରୁ ଅନଲାଇନରେ ସ୍ଲଟ ବୁକ୍ କରି ହେବ ଜମି ପଞ୍ଜିକରଣ ବୋଲି ଜଣାପଡିଛି। ସେହିପରି ନିଶ୍ଚିନ୍ତକୋଇଲି ତହସିଲର ଉପ ନିବନ୍ଧକ କାର୍ଯ୍ୟାଳୟ ଉଦଘାଟନ କୁ ନିଶ୍ଚିନ୍ତକୋଇଲି ବ୍ଲକ ସମ୍ମିଳନୀ କକ୍ଷରେ ଗ୍ରହଣ କରିଛନ୍ତି ଉପ ନିବନ୍ଧକ ଅତିରିକ୍ତ ଦାୟିତ୍ବ ରେ ଥିବା ତହସିଲଦାର ଦମୟନ୍ତୀ ସାହୁ।
