ନୂତନ ବର୍ଷର ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରଘୁନାଥପୁର,୧୮/୧୧/୨୦୨୩ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତ ୩ ୧ମ ବର୍ଷର ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଛି । ନୂଆକରି ନାମ ଲେଖାଇଥିବା ଛାତ୍ର ଛାତ୍ରୀଙ୍କୁ ୨ୟ ଓ ୩ୟ ବର୍ଷର ଛାତ୍ର ଛାତ୍ରୀମାନେ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ । ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ନୂତନ ଛାତ୍ର ଛାତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ । ବିଭିନ୍ନ ସମ୍ମାନ ଶ୍ରେଣୀର ଛାତ୍ର ଛାତ୍ରୀମାନେ ମିଳିତ ଭାବେ ଉତ୍ସବର ଆୟୋଜନ କରି ପରମ୍ପରାକୁ ସମ୍ମାନ ଜଚ୍ଚାଇବା ସହ ଉତ୍ସାହିତ କରିଥିଲେ । ଉକ୍ତ ଉତ୍ସବରେ ୧ମ ବର୍ଷର ପିଲାମାନେ ତାଙ୍କର ସହଯୋଗ ଶିକ୍ଷା କ୍ଷେତ୍ରରେ ଜାରି ରହିବ ବୋଲି ପ୍ରକାଶ କରିଥିଲେ । ନାଚ, ଗୀତରେ ସାଂସ୍କୃତିକ ଉତ୍ସବରେ ଏକ ମନୋଜ୍ଞ ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ଅଧ୍ୟାପକ ପ୍ରତାପ ଲେଙ୍କା, ପ୍ରଶାନ୍ତ ନାୟକ, ଗଦାଧର ପାଣି, ବଳରାମ ପାଳ, ସ୍ମିତାରାଣୀ ପ୍ରଧାନ, ଯାଜ୍ଞସେନୀ ରାଉତ, ଶାଶ୍ୱତି ନନ୍ଦ, ସୌମ୍ୟା ମହାନ୍ତି, ସୁଜାତା ଦାସ, ସ୍ୱାଗତିକା ଦାସ, ସରୋଜ ମିଶ୍ର, କେଦାର ମୁଦୁଲୀ, କର୍ମଚାରୀ ବାବଲି ସ୍ୱାଇଁ, ବଟକୃଷ୍ଣ ସ୍ୱାଇଁ, କୈଳାଶ ସ୍ୱାଇଁ, ବିଜୟ ପରିଡ଼ା, କୃଷ୍ଣ ସ୍ୱାଇଁ, ବିଜୟ ସ୍ୱାଇଁ, ପ୍ରଦୀପ ନାୟକ, ନକୂଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରୀ ଶୁଭ ଲମ୍ବୀ ସଢ଼ଙ୍ଗି ସଭା ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *