ବଗଡା ପଂଚାୟତରେ ବିଜେଡିର ପ୍ରସ୍ତୁତି ବୈଠକ ଓ କର୍ମକର୍ତା ଚୟନ

କେନ୍ଦ୍ରାପଡ଼ା, ୧୮/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଂଚାୟତ ବିଜୁ ଜନତା ଦଳର ସକ୍ରୀୟକର୍ମୀମାନଙ୍କୁ ନେଇ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଅଗରେ ରଖି ଏକ ପ୍ରସ୍ତୁତି ବୈଠକ ପଂଚାୟତ ସଭାପତି ଦେବ ପ୍ରସାଦ ପାଣିଙ୍କ ସଭାପତିତ୍ୱରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବ ପଂଚାୟତ ନିର୍ବାଚନ ସମ୍ପର୍କରେ ସମୀକ୍ଷା କରାଯିବା ସହିତ ସାଂଗଠନିକ ଆଲୋଚନା କରାଯାଇଥିଲା । ଏହି ଅବସରରେ ଏକ ୧୧ଜଣିଆ ପଂଚାୟତ ସ୍ତରୀୟ ପରିଚାଳନା କମିଟି ଗଠନ କରାଯାଇ ସେହି କମିଟିର ସଭାପତି ଭାବେ ଦେବ ପ୍ରସାଦ ପାଣି, କାର୍ଯ୍ୟକାରୀ ସଭାପତି ଭାବେ ପ୍ରଭାତ କୁମାର ଜେନା, ସାଧାରଣ ସମ୍ପାଦକ ଭାବେ ଚୌଧୁରୀ ହିରାଲାଲ ସ୍ୱାଇଁ, ଉପସଭାପତି ଭାବେ ରମାକାନ୍ତ ସାହୁ, ପିତାମ୍ବର ମହାନ୍ତି, ଶ୍ରୀକାନ୍ତ ପରିଡା ଓ ଶାନ୍ତନୁ କୁମାର ଦାସ, ସମ୍ପାଦକ ଭାବେ ବନମାଳି ବିଶ୍ୱାଳ, ପ୍ରଭାତରଞ୍ଜନ ଦାସ, ଭାବଗ୍ରାହୀ ଦାସ ଏବଂ କାହ୍ନୁଚରଣ ମଲିକଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିବା ପଂଚାୟତ ସଭାପତି ଶ୍ରୀ ପାଣି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *