ଲକ୍ଷ୍ମୀପୁର.୧୮/୧୧/୨୩(ଓଡ଼ିଶା ସମାଚାର/ପ୍ରମୋଦ ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ସ୍ଥିତ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା-୨୦୨୩ ଅନୁଷ୍ଠିତ ହୋଇଛି।ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଈ କୁଲେସିକା ମେଳା ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ସରପଞ୍ଚ ଶ୍ୟାମ ସୁନ୍ଦର ତାଡ଼ି,ଏବିଇଓ ମାନସ କୁମାର ମୁଖାର୍ଜୀ,ବିଭୂତି ଭୂଷଣ ଟାକିରି,ପ୍ରିୟମ୍ବଦା ପାତ୍ର,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାଧବ କର୍କରା,ମହାଦେବ ଶତପଥୀ,ଜୟକୃଷ୍ଣ ସାହୁ,ଅବସର ପ୍ରାପ୍ତ ହିନ୍ଦି ଶିକ୍ଷକ ଫକିର ମୋହନ ସାହୁ,ବଣିକ ସଂଘ ସଭାପତି ମନୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ସମସ୍ତ ଅତିଥି ମାନଙ୍କୁ ସର୍ବ ପ୍ରଥମେ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରା ଯିବ ପରେ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରି କାର୍ୟ୍ୟକ୍ରମର ଶୁଭ ଉଦ୍ଘାଟନ କରାଯାଇଥିଲା। ଉକ୍ତ ମେଳାରେ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସ୍ବାସ୍ଥ୍ୟ,ଦୈନନ୍ଦିନ ଜୀବନ ପ୍ରଣାଳୀ,କୃଷି, ପରିବହନ ଓ ଯୋଗାଯୋଗ,ଗଣନା ଓ ଚିନ୍ତାଧାରା ଉପରେ ଆଧାରିତ ପ୍ରାୟ ୫୩ଟି ପ୍ରକଳ୍ପ ଭାଗ ନେଇଥିଲା।ମହାଦେଇପୁଟ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ହରେକୃଷ୍ଣ ମହାରଣା,ପୋଡଗଡ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସୁରେଶ ନାଗ,ଜେଇଏଲ୍ସି ହାଇସ୍କୁଲ୍ ର ବିଜ୍ଞାନ ଶିକ୍ଷକ ରତି କାନ୍ତ ଦାସ ପ୍ରଭୁତି ଯୋଗ ଦେଇ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ।ଏଥିରେ ବ୍ଲକର ଅନେକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।ପରିଚାଳନା ସମ୍ପାଦକ ଭାବେ
ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ କାର୍ୟ୍ୟ ନିର୍ବାହ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ମେଳା ପରିଚାଳନା କରିଥିଲେ।ଏଥିରେ ୫ଟି ବିଭାଗରେ ଗୋଟିଏ ଲେଖା ସର୍ବୋତ୍ତମ ପ୍ରକଳ୍ପ ଜିଲ୍ଲା ସ୍ତରୀୟ ମେଳା ରେ ଭାଗ ନେବାକୁ ମନୋନୀତ ହୋଇଥିବା ବେଳେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା।ଏଥିସହ ବ୍ଲକ୍ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ନାମକ ଏକ ବିଶ୍ଵ ପତ୍ରିକାର ଉନ୍ମୋଚନ କରାଯାଇଥିଲା।