କଂଗ୍ରେସ ପକ୍ଷରୁ ଡିସିପି ଙ୍କୁ ଦାବି ପତ୍ର ପ୍ରଦାନ
କଟକ, ୦୯/୦୭/୨୦୨୬ (ଓଡିଶା ସମାଚାର / ଅଭୟ ଜେନା )ଜଣେ ଗ୍ୟାସ୍ ଡେଲିଭରୀ ବୟ ବା ସିଲିଣ୍ଡର ଯୋଗାଣକାରି କର୍ମଚାରୀ ଙ୍କୁ କଟକ କମିଶନରେଟ୍ ପୋଲିସର କନ୍ଦରପୁର ଥାନା ଅଧିକାରୀ ଫୋନରେ ଧମକ ଚମକ ଦେବା ସହିତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ମାଗଣାରେ ଗ୍ୟାସ୍ ସିଲିଣ୍ଡର୍ ନ ଦେଲେ ମାଲିକ ଓ କର୍ମଚାରୀ ଙ୍କୁ ଭିତରେ କରିଦେବାର ଅଡିଓ ଓ ଭିଡ଼ିଓ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରକୁ ନେଇ ଆଜି କଟକ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ସୀତାକାନ୍ତ ପଣ୍ଡା ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ କଟକ ଡିସିପି ଙ୍କ ଉଦ୍ଧେଶ୍ୟରେ ଜୋନ ୫ ଏସିପି ସୁଧାଂଶୁ ଭୂଷଣ ଜେନାଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରାବା ସହିତ କନ୍ଦରପୁର ଥାନା ଅଞ୍ଚଳର ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

ଉକ୍ତ ଡେଲିଭରୀ କର୍ମଚାରୀ ଓ ତାର ମାଲିକକୁ ବିଭିନ୍ନ ଆଡୁ ଧମକ ଆସୁଥିବା ଓ ସେମାନଙ୍କର ଜୀବନ ପ୍ରତି ବିପଦ ଥିବା କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିଥିଲେ। ଏଣୁ ଉକ୍ତ ଘଟଣାକୁ ସ୍ବତନ୍ତ୍ର ଭାବେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କଟକ ସଦର କଂଗ୍ରେସ ପକ୍ଷରୁ ଦୃଢ଼ ଦାବି କରାଯାଇଛି।ଉକ୍ତ ପ୍ରତିନିଧି ମଣ୍ଡଳୀରେ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଗୋଛାୟତ, ପ୍ରାକ୍ତନ ଜିଲ୍ଲା କଂଗ୍ରେସ ଉପସଭାପତି ଶିଶିର ରଥ, କଟକ ନଗର ଯୁବ କଂଗ୍ରେସ ସଭାପତି ଆଇନଜୀବୀ ଡ଼ଃ ବିପ୍ଳବ ଶିଳାଦିତ୍ୟ, ଜିଲ୍ଲା ମହିଳ କଂଗ୍ରେସ ସଭାନେତ୍ରୀ ପ୍ରିତିଛନ୍ଦା କୈବଲ୍ୟ ନାୟକ, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଶାନ୍ତ କୁମାର ବେହେରା, ନଳିନୀ ଉଦଗାତା, ମମତା ସିଂହ, ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ଶଙ୍କର ଦାଶ, ଆଇନଜୀବୀ ପ୍ରଦୋସ କୁମାର ଦାସ,ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ କୁମାର ସ୍ବାଇଁ,ବିପିନ ବିହାରୀ ପଶାୟତ, ରଜନୀକାନ୍ତ ବସ୍ତିଆ,ଜୟ ନାରାୟଣ ତ୍ରୀପାଠୀ, ଋଷି କାଣ୍ଡି, ନିରଞ୍ଜନ ଲେଙ୍କା,ଶରତ ଚନ୍ଦ୍ର ଦାସ,ମିହିର କୁମାର ଦାସ, ଇଲୁ ସିଂହ, ପ୍ରମୋଦ କୁମାର ପଣ୍ଡା, ଚିରଞ୍ଜିବୀ ମହାନ୍ତି, ମିର୍ଜା ତାହିର ବେଗ,ଜାହିଦ ଖାଁ, ଶେଷଦେବ ବେହେରା,ସ୍ବପନ କୁମାର ସ୍ବାଇଁ,ସୋମେଶ କୁମାର ପରିଡ଼ା, ପ୍ରଦ୍ୟୁମ୍ନ କୁମାର ଓଝା ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।

