ସାଲେପୁର,୨୦/୦୪/୨୦୨୫ (ଓଡ଼ିଶା ସମାଚାର)- ପାନ ଦୋକାନ ଭିତରକୁ ମାଡିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଦୋକାନୀ। ଏଭଳି ଘଟଣା ଘଟିଛି ସାଲେପୁର ଥାନା ଜପକୁଦ ବଜାରରେ। ମିଳିଥିବା ସୂଚନା ଅନୁଯାୟୀ ସୁଶୀଲ ଚନ୍ଦ୍ର ମିଶ୍ର ନାମକ ଜଣେ ବ୍ୟକ୍ତି ଜପକୁଦ ବଜାରରେ ପାନ ଦୋକାନ କରିଛନ୍ତି।
ଆଜି ସକାଳେ ହଠାତ୍ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଆସି ତାଙ୍କ ପାନ ଦୋକାନ ଭିତରକୁ ପଶିଯାଇଥିଲା। ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଦୋକାନୀ ସୁଶୀଲ ଏବଂ ଅନ୍ୟ କିଛି ବ୍ୟକ୍ତି ଏକ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି।
ଖବର ପାଇ ସାଲେପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।
