ପାଟକୁରା ୩୧/୧୦/୨୦୨୫ (ଓଡିଶା ସମାଚାର )-ରାଜ୍ୟ ସରକାର ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି । ଏଣୁ ପ୍ରତିଟି ଶିଶୁ ଜୀବନ ମୂଲ୍ୟବାନ । ସଶକ୍ତ ଶିଶୁ ରାଷ୍ଟ୍ରର ଭବିଷ୍ୟତ । ରାଷ୍ଟ୍ର ଗଠନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଏଣୁ କୌଣସି ଶିଶୁକୁ କୌଣସି ଦିଗରୁ ଅବହେଳା କରିବା ଉଚିତ ନୁହେଁ ବୋଲି ଆଜି ଗରଦପୁର ବ୍ଳକ କନଫରେନସ ହଲ ରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଆଲୋଚନା ହୋଇଥିଲା ।
କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ତତ୍ୱାବଧାନରେ ଆୟୋଜିତ ଓ ରାଜ୍ୟ ସରକାରଙ୍କ ଗ୍ରାମ୍ୟବିକାଶ,ପଞ୍ଚାୟତ ରାଜ, ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା ପ୍ରାୟୋଜିତ ଏହି
ସଚେତନତା ଶିବିରରେ ଆଜି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ,ଏଡିଇଓ, ମହିଳା ସ୍ୱାସ୍ଥ୍ୟ କର୍ମୀ,ବିଭିନ୍ନ ପଂଚାୟତର ସରପଞ୍ଚ ମାନେ ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ । ଏସ ଆଇ ଆର ଡ଼ି ରୁ ଆସିଥିବା ପ୍ରଶିକ୍ଷକ ଗଙ୍ଗାଧର ଦଳାଇ ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ।
କୌଣସି ଶିଶୁ ଯେପରି ଅବହେଳିତ ନହୁଅନ୍ତି ସେଥିପ୍ରତୀ ଧ୍ୟାନଦେବାକୁ ସରପଞ୍ଚ, ନିର୍ବାହୀ ଅଧିକାରୀ,ଏ ଡ଼ି ଇ ଓ, ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପଞ୍ଚାୟତ ସ୍ତରରେ ଏମାନଙ୍କର ଯଥେଷ୍ଟ ଳୋକସମ୍ପର୍କ ଥିବାରୁ ଶିଶୁ ଅବହେଳାକୁ ଏଡାଇ ଦେଇହେବ ବୋଲି ସେ କହିଥିଲେ । ପଞ୍ଚାୟତ ସ୍ତରରେ ଏଭଳି ଘଟଣା ଘଟୁଥିଲେ ପ୍ରଶାସନର ଦୃଷ୍ଟିକୁ ନେବାପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ଏଥିପ୍ରତି ଅଧିକ ଗୁରୁତ୍ୱ ଦେଉଥିବାରୁ ସମସ୍ତଙ୍କ ମିଳିତ ସହଯୋଗ ନିହାତି ଆବଶ୍ୟକ ବୋଲି ଶ୍ରୀ ଦଳେଇ କହିଥିଲେ । ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ପାର୍ବତୀ ବାରିକ ପ୍ରଶିକ୍ଷଣ ଶିବିରକୁ ସଂଚାଳନ କରିଥିଲେ ।
