ଯାଜପୁର,୧୯/୧୦/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ବର କୁମାର କର ଙ୍କ ନିର୍ଦ୍ଦେଶ କ୍ରମେ ମୋଟର ଭେହିକଲ ଆକ୍ଟ ୧୯୮୮ ପ୍ରଦତ୍ତ ଧାରା ୧୧୫ ଓ ଓଡିଶା ମୋଟର ଭେହିକଲ ଆକ୍ଟ ୧୯୯୩ ର ଧାରା ୬୩ ଓ ୯୩ ଅନୁଯାୟୀ କୋରେଇ ବ୍ଲକ ଅଧୀନ ସଠୀପୁର ଠାରୁ ବୈତରଣୀ ରୋଡ଼ ପର୍ଯ୍ୟନ୍ତ ସମସ୍ତ ଭାରୀ ଯାନ ଚଳାଚଳ ଉପରେ ପ୍ରତିବନ୍ଧ ଜାରି କରାଯାଇଛି। ଜିଲ୍ଲାପାଳ ଶ୍ରୀ କର ରାସ୍ତା ପ୍ରଶସ୍ତୀକରଣ ଓ ମଜବୁତିକରଣ କାର୍ଯ୍ୟ ଚାଲିଥିବା ବେଳେ ହେଉଥିବା ଟ୍ରାଫିକ ଜାମ ଏବଂ ସଡ଼କ ଦୁର୍ଘଟଣାକୁ ଦୃଷ୍ଟି ରେ ରଖି ଏହି ନିର୍ଦ୍ଦେଶାଦେଶ ଜାରି କରିଛନ୍ତି।
ଏହାସହିତ ଭାରୀ ଯାନଗୁଡିକୁ ବିକଳ୍ପ ରୁଟ୍ ଭାବେ ବୈତରଣୀ ରୋଡ଼ ଠାରୁ ରଗଡି ଯିବା ପାଇଁ ବାରୁଣ୍ଡାଇ , ମିନାବଜାର ଓ ପଚିକୋଟେ ମାର୍ଗ ଦ୍ୱାରା ଚଳାଚଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ନିଷେଧାଜ୍ଞା ତା ୨୧.୧୦.୨୦୨୫ ରିଖ ଠାରୁ ତା ୨୦.୧୧.୨୦୨୫ ରିଖ ପର୍ଯ୍ୟନ୍ତ (ଏକ ମାସ ପାଇଁ) ବଳବତ୍ତର ରହିବ।
