ସର୍ଦ୍ଧାର ବଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ

ଲକ୍ଷ୍ମୀପୁର ୩୧/୧୦/୨୦୨୫ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା) ସର୍ଦ୍ଧାର ବଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଲକ୍ଷ୍ମୀପୁର ପୋଲିସ ତରଫରୁ ପାଳିତ ହୋଇଯାଇଛି।ଏଇ କ୍ଷେତ୍ରରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ସମେତ ଆଇଟି ଆଇ କଲେଜ ଓ ସାଙ୍ଗାନ୍ନା ହାଇସ୍କୁଲ ର ଛାତ୍ର ଛାତ୍ରୀଙ୍କୁ ନେଇ ସ୍ଥାନୀୟ ମିନି ଷ୍ଟାଡିୟମରୁ ଲକ୍ଷ୍ମୀପୁର ନୂଆ ବଷ୍ଟାଣ୍ଡ ଯାଏଁ ଏକ ଗଣ ଦୌଡ଼ କରାଯାଇଥିଲା।

ଏଥିରେ ଲକ୍ଷ୍ମୀପୁର ଏସଡ଼ିପିଓ ମନୋଜ ବେହେରା, ଆଇଆଇସି ସୁଜ୍ଞାନୀ ସାହୁ, ସବଇନିସ୍ପେକ୍ଟର ରଞ୍ଜିତ ମିଶ୍ର, ଶାନ୍ତିଲତା ବେହେରା, ଏଏସଆଇ ରମେଶ କିନ୍ତାଲୀ,କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ,ମହାବିଦ୍ୟାୟ ଅଧ୍ୟକ୍ଷ ଗିରିଜା ଚୌଧୁରୀ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିହୁତି ଭୂଷଣ ଟାକ୍ରୀ,ସାଙ୍ଗାନ୍ନା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ, ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା, ଅତିରିକ୍ତ ତହସିଲଦାର ମାଧବ ଭତ୍ରା ଓ ତହସିଲ କର୍ମଚାରୀ, ବଣିକ ସଂଘ ସଭାପତି ମନୋଜ ସାହୁ ଓ ଉପ ସଭାପତି ଉମାଶଙ୍କର କର୍କରା,ଏବିଓ ବିଭୁତି ଭୂଷଣ ଟାକ୍ରୀ ପ୍ରଭୁତି ସାମିଲ ଥିଲେ।

ଏଥି ସହ  ସ୍ଥାନୀୟ ପୂଜା ମଣ୍ଡପ ଠାରେ ସାଇବର କ୍ରାଇମ ହେଲ୍ପ ଲାଇନ ନମ୍ବର ୧୯୦୩ ଲେଖା ଥିବା ସେଲ୍ଫି ପଏଣ୍ଟ ର ଉଦଘାଟନ କରାଯାଇଥିଲା। ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ସାଙ୍ଗାନ୍ନା ହାଇସ୍କୁଲ ଠାରେ ରଚନା ପ୍ରତିଯୋଗିତା କରାଯାଇଥିଲା।ସେହିପରି ନାରାୟଣ ଓ ବନ୍ଧୁଗାଁ ଥାନା ଅଧିକାରୀ ପ୍ରସନ ମିଶ୍ର ଓ ପ୍ରମୋଦ ନାୟକ ଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇ ଗଣ ଦୌଡର ଆୟୋଜନ କରାଯଇଥିଲା।

Leave a Reply

Your email address will not be published. Required fields are marked *