କଟକ ସଦର, ୦୧/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ଅଧିନସ୍ଥ ଥୋରିଆପଡା ମୈ।ଜାର ଖାତା ନଂ ୭୬୫, ପ୍ଲଟ୍ ନଂ ୧୯୯୧ ସିଧାସଳଖ ଭାବେ ସରକାରୀ ରାସ୍ତା ପ୍ଲଟ ନଂ ୧୯୯୩ ସଂଯୋଗ କରୁଛି। ଉକ୍ତ ଏ ୦.୦୬ କିସମ ରାସ୍ତାକୁ ବେଆଇନ ଭାବେ ଜନୈକ ଅଜାୟ ଜବରଦସ୍ତ ଜବରଦଖଲ କରୁଥିବା ନେଇ ଗ୍ରାମବାସୀ ମାନେ ତହସିଲଦାର ଓ ଥାନାରେ ଅଭିଯୋଗ କରିଥିଲେ।

ଏଥିପାଇଁ ତହସିଲଦାର ଙ୍କ ନିର୍ଦ୍ଦେଶନାମା ଅନୁସାରେ କିଶନନଗର ରାଜସ୍ୱ ନିରୀକ୍ଷକ ସରଜମିନ ତଦନ୍ତ କୁ ଆସିଥିବା ବେଳେ ତାଙ୍କୁ ଜବରଦଖଲକାରୀ ଗାଳିଗୁଲଜ କରି ଫେରାଇ ଦେଇଥିବା ଆର୍ ଆଇ ତହସିଲଦାର ଙ୍କ ନିକଟରେ ଗତ ୧୫ ତାରିଖ ରେ ରିପୋର୍ଟ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଗୁରୁବାର ଦିନ ପୂର୍ବ ନିର୍ଦ୍ଧାରିତ ନୋଟିସ ଅନୁଯାୟୀ ଉକ୍ତ ସରକାରୀ ରାସ୍ତା କୁ ତହସିଲ କର୍ମଚାରୀ ଓ ଅମିନ ପୋଲିସ ସହାୟତା ରେ ମାପ କରିବାକୁ ଯାଇଥିବା ବେଳେ ସେମାନଙ୍କ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି କରାଯାଇଥିବା ଜଣାପଡିଛି।
ସରକାରୀ କର୍ମଚାରୀଙ୍କୁ ବାରମ୍ବାର ଜବରଦଖଲକାରୀ ଆଇନକୁ ହାତକୁ ନେଇ କାର୍ଯ୍ୟରେ ବାଧା ସୃଷ୍ଟି କରିବା କେତେଦୂର ଯୁକ୍ତିଯୁକ୍ତ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ତହସିଲ ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ବେଆଇନ ଜବରଦଖଲକାରୀ ଙ୍କ କବଳରେ ସରକାରୀ ଜମି ସବୁ କବଳିତ ହୋଇଯିବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ମତପ୍ରକାଶ ପାଉଛି।
