ଯାଜପୁର, ୩୦/୧୦/୨୦୨୫ (ଓଡ଼ିଶା ସମାଚାର)- ୨୭ ଅକ୍ଟୋବରରୁ ୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ସ୍ବଚ୍ଛତା: ଆମର ସହଭାଗୀ ଦାୟିତ୍ଵ” ବିଷୟବସ୍ତୁ ଉପରେ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେସିଙ୍ଗ ହଲ, ସିଭିଲ କୋର୍ଟ ପରିସରରେ ଏକ ଶପଥ ପାଠ କରାଯାଇଅଛି ।
ଏହି ଶପଥ ପାଠ ସମାରୋହରେ ଅଦାଲତର ସମସ୍ତ ବିଚାର ପତି ଯଥା ପରିବାର ଅଦାଲତର ବିଚାରପତି ଶ୍ରୀଯୁକ୍ତ ଗୁଣ୍ଡିଚା ସାମନ୍ତସିଂହାର, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ବିଶେଶ୍ଵର ବିଶ୍ଵପ୍ରକାଶ ରାୟ, ଜିଲ୍ଲାର ସ୍ଵତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଅଭିଜିତ ପଲେଇ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ସର୍ବେଶ୍ୱର ଦାସ, ବରିଷ୍ଠ ଦୈୱାନୀ ବିଚାରପତି ଶ୍ରୀଯୁକ୍ତ ସତ୍ୟପ୍ରକାଶ ରାୟ ଚୌଧରୀ, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀଯୁକ୍ତ ମାନସ ରଞ୍ଜନ ସାମନ୍ତରାୟ,ବରିଷ୍ଠ ଦୈୱାନୀ ବିଚାରପତି (ଏଲ. ଆର ଏବଂ ଏଲ. ଟି.ଭି.) ଶ୍ରୀମତୀ ଲୋପାମୁଦ୍ରା ବେହେରା, ଦେୱାନୀ ବିଚାରପତି, ଶ୍ରୀମତୀ ସୁନିତା ବିଶ୍ଵାଳ ଅଂଶ ଗ୍ରହଣ କରିଥିଲେ । ପ୍ରାଧିକରଣର ଅଧକ୍ଷ ଅଦାଲତ ର ସମସ୍ତ କର୍ମଚାରୀମାନଙ୍କୁ ସତ୍ୟନିଷ୍ଠ ଓ ଅଖଣ୍ଡତାର ଶପଥ ପାଠ କରାଇଥିଲେ । ଏହି ସମାରୋହକୁ ପ୍ରାଧିକରଣର କାର୍ଯ୍ୟକାରୀ ସମ୍ପାଦିକା ତଥା ଅତିରିକ୍ତ ଦେୱାନୀ ବିଚାରପତି ଶ୍ରୀମତୀ ନେହା ଅଗ୍ରୱାଲ ପରିଚାଳନା କରିଥିଲେ ।
