ବିଶ୍ବ ମିତବ୍ୟୟିତା ଦିବସ ୨୦୨୫ ପାଳିତ

ଜଗତସିଂହପୁର, ୩୦/୧୦/୨୦୨୫ (ଓଡ଼ିଶା ସମାଚାର)-ଜିଲ୍ଳା ପ୍ରଶାସନ ଓ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଠାରେ ବିଶ୍ବ ମିତବ୍ୟୟିତା ଦିବସ ପାଳନ କରାଯାଇଛି । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଅଧ୍ୟକ୍ଷତା କରି ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ପ୍ରୋତ୍ସାହନ ଦେଇଥିଲେ । ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରିଣୀ ମୌସୁମୀ ମଧୁସ୍ମିତା ମିତବ୍ୟୟିତା ଓ ସଞ୍ଚୟ ର ଆବଶ୍ୟକତା ଓ ଗୁରୁତ୍ଵ କୁ ଆଲୋଚନା କରିଥିଲେ। ସେହିପରି ଉନ୍ନୟନ ଅଧିକାରୀ, ଡାକ ଜୀବନ ବୀମା – ଶ୍ରୀ ହୃଷୀକେଶ ବେହେରା ଡାକଘର ରେ ଉପଲବ୍ଧ ଜାତୀୟ ଯୋଜନା, ବୀମା ତଥା ସଞ୍ଚୟ ଯୋଜନା ଗୁଡ଼ିକୁ ବିସ୍ତୃତ ଭାବେ ବୁଝାଇଥିଲେ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସିନିୟର୍ ମ୍ୟାନେଜର ଶ୍ରୀ ରବି ରାଉତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ର ବିଭିନ୍ନ ଦ୍ୱାରା ରୁ ଦ୍ୱାରା ସେବା, ଜାତୀୟ ଯୋଜନା, ବୀମା ଆଦିକୁ ଆଲୋଚନା କରିଥିଲେ। ଜଗତସିଂହପୁର ର ସବ୍ ଇନ୍ସପେକ୍ଟର ଶ୍ରୀ ବିବେକ ସାହୁ ସାଇବର ଠକେଇ ଓ ଏହା ଠାରୁ କିପରି ଭାବେ ଆମେ ସୁରକ୍ଷିତ ରହିବା ତାହା ଉପରେ ମତବ୍ୟକ୍ତ କରିଥିଲେ। ଅଜଣା ନମ୍ବରରୁ କଲ୍ ଆସିଲେ ନ ଉଠାଇବା, ନିଜର ପାସ୍ ୱାର୍ଡ ଓ ଓଟିପି ଆଦି ଅଜଣା ବ୍ୟକ୍ତିଙ୍କୁ ନ ଦେବା ବିଷୟରେ ବିଷଦ ଆଲୋଚନା କରିଥିଲେ।

ଶେଷରେ ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ବକ୍ତୃତା, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର , ପ୍ରମାଣ ପତ୍ର ସହ ମାଟି ଘଡି (କୁମ୍ପି) ପ୍ରଦାନ କରାଯାଇଥିଲା । ଏହି ସଭାରେ ସବ୍ ଇନ୍ସପେକ୍ଟର ଶ୍ରୀ ବିବେକ ସାହୁ, ଉନ୍ନୟନ ଅଧିକାରୀ, ଡାକ ଜୀବନ ବୀମା – ଶ୍ରୀ ହୃଷୀକେଶ ବେହେରା, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସିନିୟର୍ ମ୍ୟାନେଜର ଶ୍ରୀ ରବି ରାଉତ, ଜଗତସିଂହପୁର ମୁଖ୍ୟ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଶ୍ରୀ ମିହିର କୁମାର ରାମ ପ୍ରମୁଖ ଯୋଗ ଦେଇ ମିତବ୍ୟୟିତା ଓ ସଞ୍ଚୟ ର ଗୁରୁତ୍ଵ ବିଷୟରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *