ସଡ଼କ ଦୁର୍ଘଟଣାରେ ଯୁଵକ ମୃତ,ଶୋକର ଛାୟା 

କଟକ ସଦର ,୨୦/୭/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ପୁରୀ ରୁ ନିଳାଦ୍ରୀ ବିଜେ ଦର୍ଶନ କରି ଫେରିବା ବେଳେ ଘର ନିକଟରେ ଏକ ସଡ଼କ ଦୁର୍ଘଟଣାରେ କମିଶନରେଟ କନ୍ଦରପୁର ଥାନା ନିକଟ ୫୫ ନମ୍ବର ଜାତୀୟ ରାଜପଥର କେଶପୁର ଗ୍ରାମର ଜନୈକ ଯୁବକ ନଣ୍ଡା ଓରଫ ଅରୁପାନନ୍ଦ ଡାକୁଆ (୪୨) ଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ ନଣ୍ଡା ଅନ୍ୟ ଜଣେ ସାଙ୍ଗ ପାରାଵିଲ ଗ୍ରାମର ଅଜିତ୍ କୁମାର ବେହେରାଙ୍କୁ ବିଳମ୍ବିତ ରାତିରେ ପୁରୀରୁ ଫେରି ଘରେ ଛାଡ଼ିଦେଇ ନିଜ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ। କାହା ସହିତ କିମ୍ଵା କିପରି ଦୁର୍ଘଟଣା ହେଲା ତାହା ସଠିକ୍ ଜଣାପଡିନଥିଵା ବେଳେ କନ୍ଦରପୁର ପୋଲିସ ଘଟଣାର ତଦନ୍ତ କରୁଛି। ପୋଷ୍ଟ ମର୍ଟମ୍ ପରେ ଖାନନଗର ସ୍ୱର୍ଗ ଧାମ ଠାରେ ଶୋକାକୁଳ ପରିବେଶ ମଧ୍ୟରେ ଅରୁପାନନ୍ଦ ଙ୍କ ଶଵ ସତ୍କାର କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *