କେନ୍ଦ୍ରାପଡ଼ା,୧୭/୧୦/୨୦୨୫(ଓଡ଼ିଶା ସମାଚାର)- ଜଣେ ମହିଳା ଶୁକ୍ରବାର ସକାଳେ ଏକ ଫୁଲ ଦୋକାନରୁ ଫୁଲ କିଣୁଥିବା ବେଳେ ତାଙ୍କ ମୋବାଇଲଟି ଚୋରି ହୋଇଯାଇଛି । ଏନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦରଥାନା ଅଧିନ ମାହାରାକୂଳ ଗ୍ରାମର ମନୋଜ କୁମାର ସାହୁଙ୍କ ପତ୍ନୀ ସ୍ମିତା ମଲ୍ଲ ଶୁକ୍ରବାର ସକାଳ ସାଢେ୯ଟା ବେଳେ ତିନିମୁହାଣୀଛକ ସ୍ଥିତ ଶ୍ରୀରାମମନ୍ଦିର ଗେଟ ନିକଟସ୍ଥ ଏକ ଫୁଲ ଦୋକାନରୁ ଫୁଲ କିଣିଥିଲେ ।
ଏହାପରେ ତାଙ୍କ ଭିଭୋ-ଟି୩ଏକ୍ସ ୫ଜି ମୋବାଇଲ ସେଟରୁ ଅନଲାଇନରେ ଆବଶ୍ୟକ ଅର୍ଥ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ତେଣୁ ସ୍ମିତା ସେହି ଫୁଲ ଦୋକାନର ଟେବୁଲ ଉପରେ ନିଜର ମୋବାଇଲକୁ ରଖି ଫୁଲ ଦୋକାନୀକୁ ନଗଦ ଅର୍ଥ ପ୍ରଦାନ କରିଥିଲେ ।
ଅର୍ଥ ଦେଇସାରିବା ପରେ ସ୍ମିତା ତାଙ୍କ ମୋଇବାଇଲକୁ ରଖିଥିବା ସ୍ଥାନରେ ଆଉ ପାଇନଥିଲେ । ଏସମ୍ପର୍କରେ ଦୋକାନୀଙ୍କୁ ପଚରାଉଚୁରା କରିବା ପରେ କେନ୍ଦ୍ରାପଡା ଟାଉନଥାନାରେ ସ୍ମିତା ଅଭିଯୋଗ କରିଥିଲେ । ଏସମ୍ପର୍କରେ ଟାଉନଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହି ଅଭିଯୋଗ ଉପରେ ଏକ ଚୋରି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।
