ଯାଜପୁର ୩୦/୧୦/୨୦୨୫ (ଓଡ଼ିଶା ସମାଚାର)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶାଙ୍କ ଆନୁକୂଲ୍ୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ୱରଙ୍କ ଦ୍ଵାରା ଆୟୋଜିତ ଉଲ୍ଲାସ ପରୀକ୍ଷା -୨୦୨୫ ଯାଜପୁର ଜିଲ୍ଲାର ୧୦ଟି ବ୍ଲକର ୨୮୯ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ଏହା ସକାଳ ୧୦ଟା ରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ୟ୍ୟନ୍ତ ଚାଲୁ ରହିଥିଲା । ଉକ୍ତ ପରୀକ୍ଷାରେ ୧୫ ବର୍ଷରୁ ଉଦ୍ଧ୍ୱର୍ ଅଣସାକ୍ଷର ବ୍ୟକ୍ତିମାନେ ପରୀକ୍ଷା ଦେଇଥିଲେ । ମୋଟ ୨୨୧୪୦ ଜଣ ପରୀକ୍ଷାର୍ଥୀ ଶୃଙ୍ଖଳାର ସହ ପରୀକ୍ଷା ଦେଇଥିଲେ ।
ତନ୍ମଧ୍ୟରୁ ବଡ଼ଚଣାର ୧୮ ଟି ପରୀକ୍ଷା କେନ୍ଦ୍ରରେ ୫୮୭ଜଣ, ବରୀର ୨୬ଟି କେନ୍ଦ୍ରରେ ୩୭୧୮, ବିଂଝାରପୁରର ୩୮ଟି କେନ୍ଦ୍ରରେ ୧୬୪୪ ଜଣ, ଦାନଗଦିର ୨୪ଟି କେନ୍ଦ୍ରରେ ୪୦୬୧ ଜଣ, ଦଶରଥପୁରର ୩୫ଟି କେନ୍ଦ୍ରରେ ୨୧୮୭, ଧର୍ମଶାଳାର ୧୯ଟି କେନ୍ଦ୍ରରେ ୭୭୮ ଜଣ, ଯାଜପୁରର ୪୦ ଟି କେନ୍ଦ୍ରରେ ୧୯୦୭ଜଣ, କୋରେଇର ୩୬ଟି କେନ୍ଦ୍ରରେ ୧୩୦୧ ଜଣ, ରସୁଲପୁରର ୧୮ଟି କେନ୍ଦ୍ରରେ ୧୦୦୦ଜଣ ଓ ସୁକିନ୍ଦାର ୩୫ଟି କେନ୍ଦ୍ରରେ ୪୯୫୭ ଜଣ ପରୀକ୍ଷା ଦେଇଥିଲେ । ଉକ୍ତ ପରୀକ୍ଷା ପ୍ରତ୍ୟେକ ବ୍ଲକର ବି ଇ ଓ ମାନଙ୍କ ତତ୍ତ୍ୱବାଧାନରେ କେନ୍ଦ୍ର ନିରୀକ୍ଷକ ଦ୍ଵାରା ପରିଚାଳନା କରାଯାଇଥିଲା ।
ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ବିଜ୍ଞାନ ନିରୀକ୍ଷକ, ଜିଲ୍ଲା ପ୍ରକଳ୍ପ କାର୍ୟ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ୟ ଏବଂ ସି ଆର ସି ସି ମାନେ ବିଭିନ୍ନ କେନ୍ଦ୍ରର ନିରୀକ୍ଷଣ କରିଥିଲେ । ରାଜ୍ୟ ସ୍ତରରୁ ଡେପୁଟି ଡାଇରେକ୍ଟର ଶ୍ରୀମତୀ ଜୟଶ୍ରୀ ଦୋରା ପର୍ୟ୍ୟବେକ୍ଷକ ରୂପେ ବିଭିନ୍ନ ପରୀକ୍ଷା କେନ୍ଦ୍ର ଗସ୍ତ କରି ପରୀକ୍ଷା ପରିଚାଳନାକୁ ତଦାରଖ କରିଥିଲେ ।
