କେନ୍ଦ୍ରାପଡ଼ା,୨୯/୧୦/୨୦୨୫(ଓଡ଼ିଶା ସମାଚାର)-ଫକିରାବାଦସ୍ଥିତ ରାମଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ଆଂଚଳିକ ସାଧନ କେନ୍ଦ୍ରର ଶିଶୁ ମହୋତ୍ସବ ସୁରଭି-୨୦୨୫ ଉକ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ସାମଲ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚାଟରା ଚକଡା ଗ୍ରାମ ପଂଚାୟତ ସରପଂଚ ମମତା ରାଉତ ଯୋଗ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ପଂଚଶଖା ଶିକ୍ଷାସେତୁ ଅଧ୍ୟକ୍ଷ ହଳଧର ଦାସ, ସମ୍ମାନିତ ଅତିଥି ଭାବେ ଚାଟରା ଚକଡା ପଂଚାୟତ ସମିତି ସଭ୍ୟ ନିରଞ୍ଜନ କର, ଡେରାବିଶ ସହମଣ୍ଡଳ ଶିକ୍ଷାଧିକାରୀ ଖଗେଶ୍ୱର ନାୟକ ଓ ସଚ୍ଚିକାନ୍ତ ମିଶ୍ର ଯୋଗଦେଇ ସମସ୍ତ ପ୍ରତିଯୋଗୀମାନଙ୍କୁ ଅଶିର୍ବଚନ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଏବଂ ପ୍ରାକ୍ତନ ସି.ଆର.ସି.ସି. ରମେଶ ଚନ୍ଦ୍ର ପତି ମଧ୍ୟ ଉପସ୍ଥିତ ଥିଲେ ।
ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରକାଶ ଚନ୍ଦ୍ର ନାୟକ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା । ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଂଚ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ସଂପୃକ୍ତ ଆଂଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଶେଷରେ ଶିକ୍ଷକ ଭକ୍ତ ଚରଣ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
