ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ 

ଭୁବନ ୦୬/୦୭/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବିରାଶାଳ କ୍ଲଷ୍ଟର ସିଆରସିସି ସୁଶୀଲ କୁମାର ନାୟକ, ଅଙ୍ଗନବାଡି କର୍ମୀ ନିରୂପମା ଦେହୁରୀ, ବିଦ୍ୟାଳୟର ପୂର୍ବତନ ସଭାପତି ସାଲମୋହନ କାଣ୍ଡୁଲୁନା, ପୂର୍ବତନ ଉପସଭାପତି ପଙ୍କଜିନୀ ମହାନ୍ତ, ସଭ୍ୟା ଭାରତୀ ଦେହୁରୀ, ଚନ୍ଦନୀ ଦେହୁରୀ,ଚନ୍ଦ୍ରାବତୀ ପାତ୍ର,ମାୟାଧର ଦେହୁରୀ, ଅଜିତ ମହାରଣା,ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା, ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ଓ ଛାତ୍ର ଅବିଭାବକ, ଅବିଭାବିକାମାନେ ବିଦ୍ୟାଳୟ ପରିସରରେ ଫଳ ଚାରା ରୋପଣ କରିବା ସହ  ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ।

Leave a Reply

Your email address will not be published. Required fields are marked *