କିଶନନଗର ଓ ନିଶ୍ଚିନ୍ତକୋଇଲି ତହସିଲକୁ ନିବନ୍ଧକ ଦାୟିତ୍ୱ, ଶୀଘ୍ର ଖୋଲାଯିବ ନିବନ୍ଧକ କାର୍ଯ୍ୟାଳୟ 

କଟକ ସଦର,୨୯/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ର ଅତିରିକ୍ତ ସଚିବ ଦିଗନ୍ତ ରାଉତରାୟ (ଏସ୍ ଏ ଜି) କାର୍ଯ୍ୟାଳୟ ମଞ୍ଜୁରୀ ପତ୍ର ସଂଖ୍ୟା ଆରଡିଏମ୍-ଆରଇଜି-ଆରଇଜିଏନ୍ ୦୦୪୮/୨୦୨୦-୩୯୬୩୧ ଆର୍ ଆଣ୍ଡ ଡିଏମ୍ ପ୍ରକାଶ ରେ ରେଭିନ୍ୟୁ ବୋର୍ଡ ଆଇଜିଆରପି ଅନ୍ୱେଷା ରେଡ୍ଡୀ ରାଜ୍ୟ ର ୪୪ ଟି ତହସିଲରେ ନୂତନ ନିବନ୍ଧକ କାର୍ଯ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଏଥିପାଇଁ ରାଜ୍ୟ ର ୧୩ ଜିଲ୍ଲାର ଏଡିଏମ୍ କମ୍ ଡିଆର ଓ ଉପ ନିବନ୍ଧକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର କିଶନନଗର ଓ ନିଶ୍ଚିନ୍ତକୋଇଲି ତହସିଲରେ ଆବଶ୍ୟକତା ଦୃଷ୍ଟିରୁ ନିବନ୍ଧକ କାର୍ଯ୍ୟାଳୟ ଖୋଲିବା ପାଇଁ ୨୦୨୨ ମସିହାରୁ ପ୍ରୋସେସିଙ୍ଗ୍ ରେ ଥିବା ବେଳେ ଏବେ ଖୁବ୍ ଶୀଘ୍ର ତାହା କାର୍ଯ୍ୟକାରୀ ହେବାକୁ ଯାଉଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଉକ୍ତ ନିବନ୍ଧକ କାର୍ଯ୍ୟାଳୟ ରେ ତହସିଲଦାର ମାନେ ଅତିରିକ୍ତ ଦାୟିତ୍ବରେ ରହିବେ ବୋଲି ଜଣାଯାଇଛି। ଭିତିଭୂମି ପ୍ରସ୍ତୁତି ସରିଥିଲା ବେଳେ ଉଦଘାଟନ କୁ କେବଳ ଅପେକ୍ଷା ରହିଛି।

Leave a Reply

Your email address will not be published. Required fields are marked *