ନିରାକାରପୁର ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବାଇପାସ୍ କରି ଓଭର ବ୍ରିଜ ନିର୍ମାଣ ପାଇଁ ଦାବି
ନିରାକାରପୁର, ୨୭/୧୧/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରାମମନ୍ଦିର ପ୍ରାଙ୍ଗଣରେ ନିରାକାରପୁର ଆଂଚଳିକ କ୍ରିୟାଅନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ସମ୍ମଳନୀରେ କମିଟିର ସଭାପତି ସୁରେନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଏକ ଆଲୋଚନା କରାଯାଇଥିଲା ନିରାକାରପୁର ଦେଇ ଯାଇଥିବା ନୂଆ ଜଗନ୍ନାଥ ସଡକ ଓଭରବ୍ରିଜ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିଥିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ବ୍ରିଜ ସ୍ଥାନାନ୍ତର କରିବା ନେଇ ଆଂଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୁର୍ବରୁ ଦାବିପତ୍ର ଦେଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାହା କାର୍ୟ୍ୟକାରି କରାଯାଇନାହିଁ ।କ୍ରିୟାନୁଷ୍ଠାନ କମିଟିର ସମସ୍ତ କର୍ମକର୍ତ୍ତା ଓ ବିଜେଡି ଦଳର ଉପସଭାପତି ବିପିନ କୁମାର ଜୟସିଂହ , ୧୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟା ସିଂ ,ନିରାକାରପୁର ପୁର୍ବତନ ସରପଞ୍ଚ ହୃଷୀକେଶ ରାଉତରାୟ, ବିପିନ କୁମାର ରାଉତରାୟ ,ଖୋର୍ଦ୍ଧା ଜିଲ୍ଲା ଯୁବ ବିଜୁ ଜନତା ଦଳ ସମ୍ପାଦକ ପ୍ରଭାତ କୁମାର ସ୍ୱାଇଁ, ରାମଦୟା ପରିଷଦ ସମ୍ପାଦକ ଗଙ୍ଗାଧର ତ୍ରିପାଠୀ ଓ ବଳରାମ ବାରିକ ପ୍ରମୁଖଙ୍କ ସମେତ ବହୁ ବ୍ୟବସାୟୀ ଭାଇ ସାମିଲ ଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିରାକାରପୁର ମଧ୍ୟ ଦେଇଯାଉଥିବା ଓଭରବ୍ରିଜ କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ବାଇପାସ୍ କରିବା ପାଇଁ ଏକ ଅଭିଯୋଗ କରିଥିଲେ। ଓଭରବ୍ରିଜ ଯେଉଁଠି ଅଛି ସେଠାରେ ରହିଲେ ବ୍ୟବସାୟୀ ମାନଙ୍କ ଉପରେ ପ୍ରଭାବ ପଡିବା ସହିତ ଅନେକ କ୍ଷତି ହେବ। ରାଜ୍ୟ ସରକାର ଓ କେନ୍ଦ୍ରସରକାର ନିରାକାରପୁର ଅଂଚଳର ଓଭରବ୍ରିଜ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ। ଯଦି ସରକାର ସମସ୍ୟାର ସମାଧାନର ନ କରନ୍ତି ତେବେ ଏହା ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି କମିଟି ର କର୍ମକର୍ତ୍ତା।

Leave a Reply

Your email address will not be published. Required fields are marked *