ସ୍ୱନାମଧନ୍ୟ କର୍ମଚାରୀନେତା ଦର୍ପ ନାରାୟଣ ଦାସ ଆଉ ନାହାନ୍ତି

ଭୁବନେଶ୍ୱର,୨୮/୧୦/୨୦୨୫(ଓଡ଼ିଶା ସମାଚାର)-ଅବସରପ୍ରାପ୍ତ ଯନ୍ତ୍ରୀ, ସ୍ୱନାମଧନ୍ୟ କର୍ମଚାରୀନେତା ଓ ବରିଷ୍ଠ ସମାଜସେବୀ ଦର୍ପ ନାରାୟଣ ଦାସ ଆଉ ଇହଜଗତରେ ନାହାନ୍ତି । ଆଜି ମଙ୍ଗଳବାର ସକାଳେ ୮୫ ବର୍ଷ ବୟସରେ ବ୍ରହ୍ମେଶ୍ୱର ପାଟଣାସ୍ଥିତ ନୀଳାଚଳ ଭିଲା ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ଦାସ ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ସ ସେବା ଆସୋସିଏସନ୍ ର ବହୁବର୍ଷ ଧରି ସଭାପତି ଓ ସାଧାରଣ ସମ୍ପାଦକ, ଓଡ଼ିଶା ସେବା ସଂଘର ପ୍ରତିଷ୍ଠାତା, ବିଭିନ୍ନ ଶିକ୍ଷାନୁଷ୍ଠାନର ସମ୍ପାଦକ, ଦଧିବାମନ ଜୀଉ ମନ୍ଦିର କମିଟିର ସମ୍ପାଦକ ଓ ବହଭ ସେବାସଂଗଠନର ପ୍ରମୁଖ କାର୍ଯ୍ୟକାରୀ ଭାବେ ଦୀର୍ଘ ସମୟ ଧରି ସେବା ପ୍ରଦାନ କରିଥିଲେ ।

ବନ୍ୟା ପ୍ରପୀଡିତ ବରି ବ୍ଲକ ଅଂଚଳ ୧୮ ଗୋଟି ପଂଚାୟତରେ ୨୦୦୧ ମସିହାରେ ଭୁବନେଶ୍ୱର ରେଡକ୍ରସ ଶାଖା ପକ୍ଷରୁ ମୁଖ୍ୟ ଦାୟିତ୍ୱ ପରିଚାଳନା ସ୍ୱରୂପ ୧୪ କୋଟି ଟଙ୍କାର ରିଲିଫ୍ ସାମଗ୍ରୀ ବଂଟନ କରି ସୁନାମ ଅର୍ଜନ କରିଥିଲେ । ସଚ୍ଚିବାଳୟ, ରାଜଭବନ ଓ ରେଭେନ୍ସା କଲେଜ ରାସ୍ତା ଓ ଗୃହ ସେକ୍ସନମାନଙ୍କ ଭଳ ିସ୍ଥାନରେ କାର୍ଯ୍ୟ ଦକ୍ଷତାର ସହ ଯନ୍ତ୍ରୀ କାର୍ଯ୍ୟ ପରିଚାଳନା କରି ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇପାରିଥିଲେ ।

ଏହି ମହାନ୍ ବ୍ୟକ୍ତିଙ୍କ ଆବର୍ତମାନରେ ଶୋକାକୁଳ ପରିସ୍ଥିତି ଉପୁଜିଥିଲା । ବିଭିନ ୍ନକର୍ମଚାରୀ ସଂଗଠନର ବହୁ ପ୍ରତିଭା ସମ୍ପର୍ଣ୍ଣ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜାତୀୟ ଚେତନାର ସମ୍ପାଦକ ତପନ ଭଞ୍ଜ ଖବର ପାଇ ଶବାଧାରରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ଏକ ଶୋକାକୁଳ ପରିସ୍ଥିତିରେ ଓଡ଼େଶା ଭବନ ଓ ତାଙ୍କ ଜନ୍ମସ୍ଥାନ ଜଗତ୍ସିଂହପୁର ଜିଲ୍ଲା ବାଗଲପୁର ଠାରେ ଏକ ଶୋଭାଯାତ୍ରାରେ ସଂସ୍କାର କାର୍ଯ୍ୟ ସମାପନ କରାଯାଇଛି । ବଡ଼ ପୁଅ ଦେବ ନାରାୟଣ ଦାସ ମୁଖାଗ୍ନୀ ଦେଇଥିଲେ । ଶିବ ନାରାୟଣ, ଶୁଭ ନାରାୟଣ, ଝିଅ ବବିତା, ଜ୍ୱାଇଁ ଦିଲ୍ଲୀ, ନାତି ଅଙ୍କିତା ଓ ରୋନିତ ୍ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ, କର୍ମଚାରୀନେତା ଗଗନ ଭଞ୍ଜ, ବାଗଲପୁର ଗ୍ରାମର ପ୍ରମୁଖ ବ୍ୟକ୍ତିବୃନ୍ଦ, ବନ୍ଧୁ ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ପରିବାର ବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *