ମାହାଙ୍ଗା,୨୮/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ମୁସଲମାନ ବସ୍ତିରେ ଅବାଧରେ ଚାଲିଛି ଗୋ ହତ୍ୟା । ଏହି ବସ୍ତିରୁ କଟକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗୋ ମାଂସ ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସିଛି । ରବିବାର ବିଳମ୍ବିତ ରାତିରେ କୁମୁଡା ଜୟୀପୁର ଫାଣ୍ଡି ଅନ୍ତର୍ଗତ ଧଉଳିଆ ଗ୍ରାମର କିଛି ଯୁବକ ୨ ଜଣ ଗୋ ମାଂସ ଚାଲାଣକାରୀଙ୍କୁ କାବୁକାରି ପୋଲିସ ର ଜିମା ଦେବା ସୂଚନା ମିଳିଛି ।
ଏମାନଙ୍କ ଠାରୁ ବିପୁଳ ପରିମାଣର ଗୋ ମାଂସ ଜବତ କରାଯାଇଛି । ପୋଲିସ ଘଟଣାସ୍ଥଳୀରେ ପହଂଚି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।ସେମାନଙ୍କ ଠାରୁ କଟା ଗୋ ମାଂସ ଏବଂ ବାଇକ ଜବତ ହୋଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ଏହି ବେଆଇନ କାର୍ଯ୍ୟରେ କଲ୍ୟାଣପୁର ମୁସଲମାନ ବସ୍ତିର ଜନୈକ ନାବାଳକକୁ ସାମିଲ କରାଯାଇଥିବା ବେଳେ, ଉତ୍ୟକ୍ତ ଗ୍ରାମବାସୀ ମାନେ ନାବାଳକକୁ ଛାଡ଼ିଦେବା ସହିତ, ଗୋ ମାଂସ ଚାଲାଣ କରୁଥିବା ଅନ୍ୟ ୨ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସକୁ ହସ୍ତାନ୍ତର କରିବା ଖବର ମିଳିଛି । ପୋଲିସ ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅଦାଲତରୁ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ମିଳିବା ସୂଚନା ରହିଛି ।
ତେବେ ପ୍ରଶାସନର କଟକଣା ସତ୍ୱେ ଗୋ ହତ୍ୟାକାରୀ ମାନେ କିପରି ଏଭଳି ସାଙ୍ଘାତିକ କାର୍ଯ୍ୟକ୍ରମ ଜାରୀ ରଖିଥିଲେ, ସେ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ଏହି ଗୋମାଂସକୁ ବିଭିନ୍ନ ହୋଟେଲ ଏବଂ ରେସ୍ତୋରାଁ କୁ ଯୋଗାଇ ଦିଆଯାଉଥିବା ଘଟଣା ସାଧାରଣରେ ଚର୍ଚ୍ଚା ହେଉଛି ।
