ପାଟକୁରା,୩୦/୧୧/୨୦୨୫(ଓଡିଶା ସମାଚାର)-ଆଜି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଗରଦପୁର ବ୍ଳକ ଅଂଚଳରେ ପ୍ରାୟ କୋଡିଏ କୋଟି ଟଙ୍କା ବ୍ୟୟ ଅଟକଳରେ ଛଅ ଗୋଟି ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି । ବଙ୍ଗାଳପୁର ଗ୍ରାମ ପଞ୍ଚାୟତର ହୁରାସାହି ଠାରୁ କୋରୁଆ ପର୍ୟ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଶିଳାନ୍ୟାସ କରିଥିଲେ । ଏହି ରାସ୍ତା ନିର୍ମାଣରେ ୬ କୋଟି ୫୭ ଲକ୍ଷ ୬୩ହଜାର ଟଙ୍କା ଖର୍ଚ୍ଚ ହେବାର ବ୍ୟୟ ବରାଦ ହୋଇଛି । ଏହି ରାସ୍ତା ନିର୍ମାଣ ହେଲେ ଗରଦପୁର ବ୍ଳକ ଅଂଚଳର ଜନସାଧାରଣ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାକୁ ଗମନା ଗମନ ପାଇଁ ଏକ ସୁନ୍ଦର ସଡ଼କ ପାଇ ପାରିବେ । ସେଠାରେ ଆୟୋଜିତ ଜନସଭାକୁ ବିଧାୟକ ଅରବିନ୍ଦ ମହାପାତ୍ର ଉଦବୋଧନ ଦେଇ କହିଥିଲେ ଯେ ପାଟକୁରା ବିକାଶର ଦାଇତ୍ୱ ତାଙ୍କର ।

ସେମାନେ ବିଶ୍ୱାସ ରଖି ତାଙ୍କୁ ବିଧାନ ସଭାକୁ ପଠାଇଛନ୍ତି । ଏଣୁ ପାଟକୁରା ଜନସାଧାରଣଙ୍କୁ ସେ ନିଜ ପରିବାର ର ସଦସ୍ୟ ଭାବେ ଦେଖନ୍ତି । ଏବଂ ସେମାନଙ୍କ ର ସର୍ବାଙ୍ଗୀନ ବିକାଶ କିଭଳି ହୋଇ ପାରିବ ସେ ଦିଗରେ ସେ ଅଧିକ ଯତ୍ନବାନ ହେବେ ବୋଲି ପ୍ରକାଶ କରିଥିଲେ । ଏହାପରେ ବିଧାୟକ ପାଖଡ଼ ପଂଚାୟତର ପାଟସୁରା ଠାରେ ପାଇକା ନଦୀ ବାମ ପାର୍ଶ୍ଵରେ ଏକ ପଥର ବୁରୁଜ ନିର୍ମାଣ ର ଶିଳାନ୍ୟାସ କରିଥିଲେ । ଏଥିରେ ଦୁଇ କୋଟି ଏଗାର ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ପୁଣ୍ଡିଲ ଠାରେ ମଧ୍ୟ ଆଉଏକ ପଥର ବୁରୁଜ ନିର୍ମାଣର ଶିଳାନ୍ୟାସ କରିଥିଲେ । ପାଇକା ନଦୀର ବସନ୍ତପୁର ଠାରେ ୩ କୋଟି ୫୦ ଲକ୍ଷ ୨୨ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ପଥର ଛାଉଣି ଓ ବୁରୁଜ ନିର୍ମାଣ ର ଶିଳାନ୍ୟାସ କରିଥିଲେ ।
ଚିତ୍ରୋତ୍ପଳା ନଦୀର ଶାସନଗ୍ରାମ ଠାରେ ୩ କୋଟି ୯୩ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ପଥର ବୁ ରୁଜ ଓ ତଳକୁସୁମା ଠାରେ ୪ କୋଟି ୨୭ ଲକ୍ଷ ୯୩ ହଜାର ଟଙ୍କା ବ୍ୟୟ ଅଟକଳରେ ପଥର ଛାଉଣି ଓ ଏକ ପଥର ବୁରୁଜ ନିର୍ମାଣର ଶିଳାନ୍ୟାସ ମଧ୍ୟ ବିଧାୟକ କରିଥିଲେ ।
ବିଧାୟକଙ୍କ ସହିତ ବ୍ଳକ ଅଧକ୍ଷ ଅଭୟ କୁମାର ମହାରାଜ, ବିଧାୟକଙ୍କ ବ୍ଳକ ପ୍ରତିନିଧି କ୍ଷିତୀଶ ଚନ୍ଦ୍ର ଦାଶ, ଜିଲ୍ଲା ପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତ,ଜିଲ୍ଲାପରିଷଦ ସଭ୍ୟା ଏଲିଜା ସ୍ୱାଇଁ,ପୂର୍ବତନ ବ୍ଳକ ଅଧ୍ୟକ୍ଷ ବାସୁଦେବ ବେହେରା,ସରପଞ୍ଚ ଅମୀୟ ନାୟକ, ପ୍ରଭାତ ନଳିନୀ ଜେନା, ସନ୍ତୋଷ ମହାଳି, ରଞ୍ଜନ ନାୟକ, ରାଜେନ୍ଦ୍ର ମଲ୍ଲିକ, ବନିତା ସ୍ୱାଇଁ,ସମିତି ସଭ୍ୟ ଦିଲ୍ଲୀପ ସାହୁ,ବ୍ରଜ କିଶୋର ସାହୁ,ବିଜେଡି ଯୁବନେତା ଅବନୀ ମହାପାତ୍ର,ସମାଜସେବୀ ଦିଲ୍ଲୀପ ସେଠୀ, ସମାଜସେବୀ ଗଙ୍ଗାଧର ମିଶ୍ର, ପୂର୍ବତନ ସରପଞ୍ଚ ଅଜୟ କୁମାର ଦାସ, ଅଶୋକ ଜେନା, ରବୀନ୍ଦ୍ର ମହାପାତ୍ର,ଗୋଲେକ ସ୍ୱାଇଁ,ସୁଧୀର ସାମଲ,ନାରୀନେତ୍ରୀ ରେବତୀ ଶତପଥୀ, ସୁକାନ୍ତ ନାୟକ, ଜାଭିର ଅଲି ,ନଭେଦ ଜାଫର,ଶିକ୍ଷାବିତ ମାଧବା ନନ୍ଦ ନାୟକ,ବନିତା ବାରିକ, ସଂଗ୍ରାମ ମନ୍ତ୍ରୀ, ସ୍ୱରୂପ ମହାନ୍ତି, ରଘୁନାଥ ବସନ୍ତିଆ, ପୂର୍ବତନ ସରପଞ୍ଚ ପ୍ରକାଶ ସାହୁ, ସମାଜସେବୀ ଅରୁଣ ପଟନାୟକ ଙ୍କ ସମେତ ଅନେକ ବିଜେଡି ଛାମୁଆ କର୍ମୀମାନେ ସାମିଲ ହୋଇଥିଲେ ।
