ପ୍ରବାସ ଭାବନା ପୁସ୍ତକର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି,୨୭/୧୦/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)-ଆଞ୍ଚଳିକ ପୁସ୍ତକ ଉନ୍ମୋଚନ କମିଟି ଆନୁକୂଲ୍ୟରେ ଜନାର୍ଦ୍ଦନ ପୁର ପଞ୍ଚାୟତ ଗୋପିନାଥପୁର ଗଣପତି ଶିଶୁ ବିଦ୍ୟାମନ୍ଦିର ପରିସରରେ ଚୌଧୁରୀ ଅନନ୍ତ କିଶୋର ପ୍ରଧାନଙ୍କ ରଚିତ ‘ପ୍ରବାସ ଭାବନା’ ପ୍ରବନ୍ଧ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଗ୍ରାମ୍ୟଜୀବନ ଓ ସହରୀ କଂକ୍ରିଟ ଜଙ୍ଗଲ ମଧ୍ୟରେ ସନ୍ତୁଳିତ  ଜୀବନ କିପରି ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି ,ତା’ରି ଉପରେ ଲେଖକ ବାଢିଥିବା ଗୁରୁତ୍ୱ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

କମିଟିର ସଭାପତି ସାହିତ୍ୟିକ ବିଷ୍ଣୁଚରଣ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ହଳଧର ସାହୁ ମୁଖ୍ୟଅତିଥି, ଚାନ୍ଦୋଳ ଏଚ୍ଏସ୍ ମହାବିଦ୍ୟାଳୟର  ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମଣ କୁମାର ଦାଶ ମୁଖ୍ୟବକ୍ତା, ଅସୁରେଶ୍ୱର ଏସ୍ଏମ୍ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ  ବିରଞ୍ଚି ନାରାୟଣ ପଣ୍ଡା ବିଶିଷ୍ଟ ଅତିଥି ରୂପେ ଯୋଗଦେଇ ପ୍ରାବନ୍ଧିକ ଅନନ୍ତ କିଶୋର ପ୍ରଧାନଙ୍କ କୃତୀ ର ଉଚ୍ଚ ପ୍ରଶଂସା କରିଥିଲେ। ସଂଗଠକ ରଶ୍ମିକାନ୍ତ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ରଞ୍ଜନ କୁମାର ବେହେରା ପୁସ୍ତକଟିର ସମୀକ୍ଷା କରିଥିଲେ। କବି ଅକ୍ଷୟ କୁମାର ସ୍ୱାଇଁ ,ପ୍ରାକ୍ତନ ସରପଞ୍ଚ କ୍ଷୀରୋଦ କୁମାର ବେହେରା ମାନପତ୍ର ପାଠ, କରିଥିବାବେଳେ ବିଜୟାନନ୍ଦ ପ୍ରଧାନ ଧନ୍ୟବାଦ ଓ ସୁଶ୍ରୀ ସୌମ୍ୟା, ସୁଶ୍ରୀ ଆରୋଶ୍ରୀ ନାଚ ପରିବେଷଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ଅକ୍ଷୟ  ଦାଶ, ହେମନ୍ତ କୁମାର ନନ୍ଦ, ସରୋଜିନୀ ନାୟକ, ମୌସୁମୀ ପ୍ରଧାନ, ମଧୁସ୍ମିତା ପ୍ରଧାନ,ପଲ୍ଲିଶ୍ରୀ ମହାନ୍ତି, ଉମାକାନ୍ତ ପ୍ରଧାନ,କ୍ରୁପାସିନ୍ଧୁ ପ୍ରଧାନ, ଶିକ୍ଷାବିତ ଦେଵ ପ୍ରସାଦ କର, ବଟକୃଷ୍ଣ ସ୍ୱାଇଁ, ଅଶୋକ କୁମାର ସ୍ୱାଇଁ ,ରବୀନ୍ଦ୍ର ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନପକ୍ଷରୁ ବିଷ୍ଣୁଚରଣ ମିଶ୍ର, ଅନନ୍ତ କିଶୋର ପ୍ରଧାନ ଓ ମନୋଜ କୁମାର ପ୍ରଧାନଙ୍କୁ ତ୍ରିକୋଣଭୂମି ଗୌରବ ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା। ଉଲ୍ଲାସ ଚନ୍ଦ୍ର ରାଉତରାୟ, ଶିବପ୍ରସାଦ ମିଶ୍ର, ପ୍ରଦୀପ୍ତ ଷଡଙ୍ଗୀ,ରବୀନ୍ଦ୍ରନାଥ ପ୍ରଧାନ, ଫକୀର ଚରଣ ପଣ୍ଡା, ନଳିନୀକାନ୍ତ ମିଶ୍ର,ବିରଳା ପ୍ରଧାନ, ଗଗନ ପ୍ରଧାନ, ବିଳାସ ପ୍ରଧାନ, କ୍ରୁଷ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖଯୋଗ ଦେଇ ଥିଲେ।

Leave a Reply

Your email address will not be published. Required fields are marked *