କଟକ ସଦର୨୫/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ତହସିଲ ଅନ୍ତର୍ଗତ ସୋମପୁର ମୌଜା ର ପ୍ଲଟ ନଂ ୨୫୬,କିସମ ଜଳାଶ୍ରୟ(ମକୁନ୍ଦ ପୋଖରୀ) ହୁଡ଼ାରେ ଜନୈକ ବ୍ୟକ୍ତି ଅଜାୟ ଜବରଦସ୍ତ ବେଆଇନ ନିର୍ମାଣ କାର୍ଯ୍ୟ କରୁଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏ ସମ୍ପର୍କରେ କଟକ ସଦର ବ୍ଲକ ପ୍ରଶାସନ ପକ୍ଷରୁ ହୋଇଥିବା ଜନଶୁଣାଣୀ ଶିବିରରେ ଅଭିଯୋଗ କରାଯାଇଥିଲେ ହେଁ ସେଥିପ୍ରତି ଖାମଖିଆଲ ମନୋଭାବ ପ୍ରକାଶ ପାଇଥିବା ଅଭିଯୋଗ ହେଉଛି। କିଶନନଗର ତହସିଲଦାର ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ସରକାରୀ ଜମି ସବୁ ଜଵଦଖଲକାରୀ ଙ୍କ କଵଜାକୁ ଯିବା ସହିତ ଉକ୍ତ ପୋଖରୀ ହୁଡ଼ାରେ ଆହୁରି ବେଆଇନ ଜବରଦଖଲ ହେବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ ବୋଲି ଅଭିଯୋଗ କାରୀ ମାନେ କହିଛନ୍ତି ।
