ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ: ବାପପୁଅ ଗିରଫ

ନିରାକାରପୁର, ୨୦/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ବଡ଼ପୋଖରୀଆ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣକୁ ଆକ୍ରମଣ କରି ବାପପୁଅ ଗିରଫ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଉକ୍ତ ଗ୍ରାମର ନୀଳକଣ୍ଠ ମାର୍ଥା ଓ କପିଳା ମାର୍ଥା ଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। କୌଣସି କାରଣରୁ ଗତ କାଲି ନୀଳକଣ୍ଠ ମାର୍ଥା ଓ ତାଙ୍କ ପୁତ୍ର ପ୍ରକାଶ ମାର୍ଥା ଉଭୟ ମିଶି କପିଳା ମାର୍ଥା କୁ ଆକ୍ରମଣ କରିବାରୁ କପିଳା ଙ୍କ ମୁହଁ ରେ ଗଭୀର ଆଘାତ ଲାଗିଛି। ଆଜି ଏସ ଆଇ ଦିପାଲିସା ନାୟକ ଉଭୟ ନୀଳକଣ୍ଠ ମାର୍ଥା ଓ ପ୍ରକାଶ ମାର୍ଥା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *