ସୈନିକ ଦିବସ ପାଳିତ ।

କଟକ,୧୭/୦୧/୨୦୨୪ (ଓଡ଼ିଶା ସମାଚାର) : କଟକ ଜିଲ୍ଲା ବୟାଳିଶମୌଜା ବେଣ୍ଟକାର ସ୍ଥିତ ଭଜଗୋବିନ୍ଦ ମନ୍ଦିର ପ୍ରାଙ୍ଗଣରେ ସୈନିକ ଦିବସ ପାଳନ କରାଯାଇଛି । ଏଥିରେ ବିଜେପି ଯୁବ ନେତା ଇଂ. ପ୍ରକାଶ ଚନ୍ଦ୍ର ସେଠୀ,ବିଜେପି ସମବାୟ ସେଲର ସଂଯୋଜକ ବିଜୟ କୁମାର ରାଉତରାୟ,ପଣ୍ଡିତ ଉମାକାନ୍ତ ନନ୍ଦ,କୃଷକ ନେତା ଦେବୀପ୍ରସାଦ ପତି,ମୁନା ପଣ୍ଡା,ଟୁଲୁ ମହାନ୍ତି,ଅନିଲ ମହାପାତ୍ରଏବଂ ଅବସର ପ୍ରାପ୍ତ ବିର ସୈନିକ ମାନଙ୍କ ମଧ୍ୟରେ କ୍ୟାପଟେନ ସଂଜୟ କୁମାର ମହାନ୍ତି,କ୍ୟାପଟେନ ସଞ୍ଜିତ ପ୍ରହରାଜ,ସୁବେଦାର ବଂଶୀଧର ଲେଙ୍କା, ନାୟବ ସୁବେଦାର ନାରାୟଣ ମହାପାତ୍ର,ହାବିଲଦାର ବିଚିତ୍ର ନନ୍ଦ ମୁଦୁଲି,ହାବିଲଦାର କ୍ଷୀରୋଦ କୁମାର ପରିଡ଼ା,ସୁବେଦାର ମେଜର ସନ୍ତୋଷ ଦେବତା,ହାବିଲଦାର ରବୀନ୍ଦ୍ର ଭୋଇ,ସୁବେଦାର ଆଦିତ୍ୟ ନାୟକ,ହାବିଲଦାର ରଣଜିତ ମହାନ୍ତି,ଚନ୍ଦ୍ରଶେଖର ନାୟକଙ୍କ ସହ ଅନ୍ୟମାନେ ଯୋଗ ଦେଇଥିଲେ ଏବଂ ଯୁବଶକ୍ତିକୁ କିଭଳି ଦେଶ ସେବାରେ ନିୟୋଜିତ କରାଯିବ ସେଥିରେ ଆଲୋଚନା କରାଯାଇଥିଲା । ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ତରଫରୁ ବୀର ସୈନିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *