ଆଦିବାସୀ ଙ୍କ ନିଆରା ପରବ “ଫୁଲ ଯାତରା”

ଲକ୍ଷ୍ମୀପୁର.୧୮/୧୧/୨୩(ଓଡ଼ିଶା ସମାଚାର/ପ୍ରମୋଦ ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡା ଗ୍ରାମ ଠାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଦିବାସୀ ଙ୍କ ଦିନିକିଆ ନିଆରା ପରବ ଫୁଲ ଯାତରା ଆଜି ଅନୁଷ୍ଠିତ ହୋଇ ଯାଇଛି। ପ୍ରତ୍ୟେକ ବର୍ଷ ଦୀପାବଳି ପରର ଦୁତିୟ ଶନିବାର ଦିନ ଏଇ ଫୁଲ ଯାତରା ବିରିଗୁଡା ଗ୍ରାମ ଠାରୁ ଦେଢ କିଲୋମିଟର ଦୁର ଏକ ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୁଏ।ଏହି ଯାତରାରେ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ପ୍ରକାରର ପୁରୁଣା ପରମ୍ପରା ଦେଖିବାକୁ ମିଳେ। ହେଲେ ସମୟାନୁକ୍ରମେ ସବୁ ବଦଳି ଗଲାଣି।ହେଲେ ପୁଜା ବିଧି ବଦଳିନି।କେଉଁ ଅନାଦି କାଳରୁ ଚାଲି ଆସିଥିବା ଏଇ ଫୁଲ ଯାତରରା ବିଶେଷତ୍ଵ ହେଲା ଫୁଲ ଦେବିଙ୍କ ପାଖରେ ଯାହା ମାନସିକ କରାଯାଇଥାଏ ତାହା ଶତପ୍ରତିଶତ ପୁରଣ ହୁଏ। ଆଗରୁ ଭାବ ଦିଆନିଆ ହୋଇଥିବା ଆଦିବାସୀ ଯୁବକ ଯୁବତୀ ଏଇ ପରବ ଦିନ ପରମ୍ପରା ମୁତାବକ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି।ଏଇ ଭଳି ଅନେକ ନୀତି ନିୟମ ଏଇ ଫୁଲ ଯାତରାରେ ଦେଖିବାକୁ ମିଳେ।ସେଥି ଯୋଗୁଁ କେଉଁ ଅନାଦି କାଳରୁ ଚାଲି ଆସୁଥିବା ଏଇ ଯାତରା ଆଜି ଜାଏଁ ବନ୍ଦ ହେଇ ପାରିନି।ଏହି ଯାତରା ଆଦିବାସୀ ଙ୍କ ଜୀବନ ଉପରେ ବହୁତ ମହତ୍ଵ ରଖୁଥିବାରୁ ଆଜି ଯାଏଁ ଯାତ୍ରା ପାଳନରେ କେବେବି ଅବହେଳା କରାଯାଇନି। ଏହି ଯାତରା ଦିନଠୁ ଆଦିବାସୀ ସମ୍ପ୍ରଦାୟ ବିଭିନ୍ନ ରକମର ପନି ପରିବା ନୁଆ ଖାଆନ୍ତି।ଏହି ଦିନ ମାନସିକ ଧାରି ମାନେ ଫୁଲ ଦେବିଙ୍କ ପାଖରେ ଛେଳି କୁକୁଡା ମେଣ୍ଢା ଆଦି ବଳି ପକାନ୍ତି।ବଳି ପଡିଥିବା ଛେଳି,ମେଣ୍ଢା ଓ କୁକୁଡା ଘରକୁ ନେଇ ନିଜନିଜ ସାହି ବସ୍ତିରେ ଭୋଜି ଭାତ କରି ମଜା ଉଠାନ୍ତି। ଚଳିତ ବର୍ଷ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।

ଯାତ୍ରା ପଡିଆରେ ପକେଇଥିବା ବିଭିନ୍ନ ରକମର ଖେଳଣା ଓ ମିଷ୍ଠାନ ଦୋକାନ ଠାରେ ମଧ୍ୟ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା ବେଳେ ସେମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିଥିଲେ। କୋରାପୁଟ ଓ ରାୟଗଡା ଜିଲ୍ଲା ସିମାନ୍ତ ବର୍ତି ଅଞ୍ଚଳରେ ଥିବା ୭୦ରୁ ଉର୍ଧ ଗ୍ରାମର ପ୍ରାୟ ୫ହଜାରରୁ ଉର୍ଧ ଆଦିବାସୀ ଲୋକେ ଏଇ ଦିନିକିଆ ଫୁଲ ଯାତରାରେ ଯୋଗ ଦେଇଥିଲେ।ଏହାକୁ ଆଖି ଆଗରେ ରଖି ଲକ୍ଷ୍ମୀପୁର ଥାନା ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ କର୍ମି  ମୁତୟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *