କଟକ ସଦର , ୨୭/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ପୂର୍ଵ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଶୁକ୍ରବାର ଦିନ କଟକ ସଦର ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ପୈ।ରୋହିତ୍ୟରେ ଏଵଂ ଵିଡିଓ ରୁମନା ଜାଫ୍ରି ଙ୍କ ପରିଚାଳନାରେ ସୁରୁଖୁରୁରେ ଶେଷ ହୋଇଛି। ଏଥିରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବାପାଇଁ ବ୍ଲକ୍ ପ୍ରଶାସନ କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଂଚ, ସମିତି ସଭ୍ୟ/ସଭ୍ୟା ଙ୍କ ସମେତ ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସ,କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ସଭ୍ୟା ଆଶା ଲତା ବେହେରା ଓ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ପୂର୍ଵ ସରକାର ଙ୍କ ସମୟରେ ହୋଇଥିବା କାର୍ଯ୍ୟ ଗୁଡ଼ିକ ଅଧାପନ୍ତରିଆ ହୋଇ ପଡିରହିଥିବା ଏଵଂ ପୂର୍ବତନ ବିଧାୟକ ଓ ସାଂସଦଙ୍କ ଅନୁଦାନ ଖର୍ଚ୍ଚ ନହୋଇ ପଡିରହିଥିବା କୁ ନେଇ ଚର୍ଚ୍ଚା ହୋଇଥିଲା।