ପୂର୍ବତନ ମନ୍ତ୍ରୀ ଡାଃ କମଳା ଦାସଙ୍କ ବିୟୋଗରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଶୋକ

ଭୁବନେଶ୍ୱର, ୧୨/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପୂର୍ବତନ ମନ୍ତ୍ରୀ ଡାଃ କମଳା ଦାସଙ୍କ ବିୟୋଗରେ ସମବାୟ, ଉଚ୍ଚଶିକ୍ଷା , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଡାଃ ଦାସଙ୍କ ବିୟୋଗ ଖବର ପାଇ ସେ ଦୁଃଖିତ । ଡାଃ ଦାସ ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳିରୁ ୩ଥର ବିଧାୟିକା ଭାବେ ନିର୍ବାଚିତ ହେବା ସହିତ ୧୯୯୦ ରୁ ୧୯୯୫ ଏବଂ ୨୦୦୦ ରୁ ୨୦୦୧ ପର୍ଯ୍ୟନ୍ତ ମନ୍ତ୍ରୀ ହୋଇ ଥିଲେ । ସେ ଜଣେ ଅତ୍ୟନ୍ତ ଭଦ୍ର , ମିଷ୍ଠଭାଷୀ , ସ୍ନେହୀ , ଦରଦୀ ହୃଦୟ ଓ ପରୋପକାରୀ ମହିଳା ଥିଲେ । ତାଙ୍କର ବିୟୋଗ ଏକ ଅପୁରଣୀୟ କ୍ଷତି ।

ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରଛନ୍ତି ।

Leave a Reply

Your email address will not be published. Required fields are marked *